ରାଣା ଦଗୁବାତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଓ ମଞ୍ଚୁ ଲକ୍ଷ୍ମୀଙ୍କ ସମେତ ପ୍ରାୟ ୨୫ ଜଣ ଲୋକପ୍ରିୟ ସେଲିବ୍ରିଟି ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର କରିଛି ତେଲଙ୍ଗାନା ପୁଲିସ।
୨୫ ସେଲିବ୍ରିଟିଙ୍କ ନାଁରେ ଏତଲା
ରାଣା ଦଗୁବାତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଓ ମଞ୍ଚୁ ଲକ୍ଷ୍ମୀଙ୍କ ସମେତ ପ୍ରାୟ ୨୫ ଜଣ ଲୋକପ୍ରିୟ ସେଲିବ୍ରିଟି ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର କରିଛି ତେଲଙ୍ଗାନା ପୁଲିସ। ଏମାନଙ୍କ ବିରୋଧରେ ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ଯେଉଁମାନଙ୍କ ବିରୋଧରେ ତେଲଙ୍ଗାନା ପୁଲିସ ଏତଲା ଦାୟର କରିଛି ସେମାନଙ୍କ ମଧ୍ୟରେ ୬ ଜଣ ଟଲିଉଡ ତାରକା ଅଛନ୍ତି। ମିୟାପୁର ଥାନାରେ ଏତଲା ଦାୟର ହୋଇଛି। କୁହାଯାଉଛି ଯେ, ୩୨ ବର୍ଷୀୟ ବ୍ୟବସାୟୀ ଫନୀନ୍ଦ୍ର ଶର୍ମା ଏକ ପିଟିସନ ଦାଖଲ କରିଥିଲେ, ଯାହା ଆଧାରରେ ହାଇଦ୍ରାବାଦର ମିୟାପୁର ଥାନାରେ ଏତଲା ଦାୟର ହୋଇଛି।
English