ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀଙ୍କ ସେବା କାର୍ଯ୍ୟ

Total Views : 2,179
Zoom In Zoom Out Read Later Print

ଓଡ଼ିଶା ରାଜ୍ୟ ସ୍କାଉଡ୍ ଓ ଗାଇଡ୍ , ଭୂବନେଶ୍ୱର, ଗଞ୍ଜାମ ଜିଲ୍ଲା, ସ୍କାଉଟ୍ ଓ ଗାଇଡ୍ ଆନୁକୂଲ୍ୟରେ ମା' ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅବସରରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗୋସାଇଁନୂଆଗାଁ ର ସ୍କାଉଟ୍ ଓ ଗାଇଡ଼୍ ଛାତ୍ରଛାତ୍ରୀଙ୍କ ଦ୍ବାରା ସେବାକର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି

ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀଙ୍କ ସେବା କାର୍ଯ୍ୟ
ଓଡ଼ିଶା ରାଜ୍ୟ ସ୍କାଉଡ୍ ଓ ଗାଇଡ୍ , ଭୂବନେଶ୍ୱର, ଗଞ୍ଜାମ ଜିଲ୍ଲା, ସ୍କାଉଟ୍ ଓ ଗାଇଡ୍ ଆନୁକୂଲ୍ୟରେ
ମା' ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅବସରରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗୋସାଇଁନୂଆଗାଁ ର
ସ୍କାଉଟ୍ ଓ ଗାଇଡ଼୍ ଛାତ୍ରଛାତ୍ରୀଙ୍କ ଦ୍ବାରା ସେବାକର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ
ଆଚାର୍ଯ୍ୟ ଶ୍ରୀ ନାରାୟଣ ପଣ୍ଡା, ପରିଚାଳନା ସମିତି ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର, ସଭାପତି ଶ୍ରୀ
ପ୍ରଦୀପ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗାଇଡ୍ କ୍ୟାପଟେନ୍ ଶ୍ରୀମତୀ ସୁଜାତାରାଣୀ
ଦାଶ, ଶ୍ରୀମତୀ ଶ୍ରୀଦେବୀ ସାହୁ, ସ୍କାଉଟ୍ ମାଷ୍ଟର ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ବିଦ୍ୟାଳୟର ସ୍କାଉଟ୍
ଓ ଗାଇଡ଼୍ ଛାତ୍ରଛାତ୍ରୀ ମା’ ବୁଢ଼ୀଠାକୁରାଣୀଙ୍କ ଅସ୍ଥାୟୀ ପୂଜା ମଣ୍ଡପ ନିକଟରେ ଉପସ୍ଥିତ ଭକ୍ତ
ମାନଙ୍କୁ ଝିଲାପି ବଣ୍ଟନ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିଲେ । ଭକ୍ତମାନଙ୍କୁ ଧାଡ଼ିରେ ମନ୍ଦିର
ଭିତରକୁ ପ୍ରବେଶ କରାଇବା ସହ ସଫେଇ କାର୍ଯ୍ୟକ୍ରମ କରି ସ୍କାଉଟ୍ ଓ ଗାଇଡ଼୍ ଛାତ୍ରଛାତ୍ରୀମାନେ
ଭକ୍ତମହଲରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏହି ଅବସରରେ ଉପସ୍ଥିତ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଭକ୍ତ
ମାନଙ୍କୁ ଝିଲାପି
ବଣ୍ଟନ କରାଯାଇଥିଲା। ଉକ୍ତ ସେବାକାର୍ଯ୍ୟରେ ବିଦ୍ୟାଳୟର
ଆଚାର୍ଯ୍ୟଆଚାର୍ଯ୍ୟାମାନେ ସହଯୋଗ କରିଥିଲେ

See More

Latest Photos