ପରଳ ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନଷ୍ଠିତ
ଦିବ୍ୟଜୀବନ ସଂଘ ମହିଳା ଶାଖା ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର
ବ୍ରହ୍ମପୁର, ୧୭ | ୮ ପବିତ୍ର ସିଂହ ସଂକ୍ରାନ୍ତି ଉପଲକ୍ଷେ : ଦିବ୍ୟଜୀବନ ସଂଘ ମହିଳା ଶାଖା ଓ ଶଙ୍କର ନେତ୍ରାଳୟ ମିଲତ ରେ ପରଳ ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନଷ୍ଠିତ ହେଇଥିଲା । ବରିଷ୍ଠ ଗୁରୁ ଭାଇ ଅରୁଣ ଦାଶଙ୍କ ତତ୍ତ୍ବାବଧାନରେ ହନୁମାନ ଚାଳିଶା ସହ ନାରାୟଣ ସେବା ଅନୁଷ୍ଠିତ ହୋଇଯାଇଛି। ସଦଗୁରୁ ଶିବାନନ୍ଦ ସରସ୍ବତୀ ମହାରାଜଙ୍କ ମହତ୍ ବାଣୀକୁ ଆଧାର କରି ନାରାୟଣ ସେବା ସହିତ ସ୍ଥାନୀୟ ଗାନ୍ଧୀନଗର, ଆଙ୍କୁଲି ସ୍ଥିତ ଅନାଥାଶ୍ରମର ସମସ୍ତ ଅନ୍ତେବାସୀଙ୍କୁ ଭୋଜନ ବଣ୍ଟନ କରାଯାଇଥିଲା । ସଂଧ୍ୟାରେ ଆଶ୍ରମ ପରିସରରେ ପୂଜା ପାଉଥିବା ଗୁରୁ ଗୋବିନ୍ଦଙ୍କ ଆରତି ସହ ସାମୂହିକ ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା। ଏହି ଦିବ୍ୟ କାର୍ଯ୍ୟକ୍ରମକୁ ସଂଘର ରବୀନ୍ଦ୍ର କୁମାର ଦାଶ, ଶାନ୍ତି ଭୂଷଣ ପଣ୍ଡା, ମମତା ମହାପାତ୍ର, ସରସ୍ବତୀ ପାଣିଗ୍ରାହୀ, ଶ୍ରୀନିବାସ ପାତ୍ର, ମୁନା ପାଣିଗ୍ରାହୀ, ଅଲେଖ ବେହେରା, ପ୍ରମିଳା ମହାରଣା, ଶଙ୍କର, ସକୁନ୍ତଳା ପ୍ରମୁଖ ପରିଚାଳନା କରିଥିଲେ । ଦିବ୍ୟଜୀବନ ସଂଘ ର ସେବା କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ସମସ୍ତଙ୍କୁ ଦକ୍ଷିଣାଞ୍ଚଳ ସମ୍ମୋନୟ ସମିତି କୋଷାଧକ୍ଷ ଶାନ୍ତି ଭୂଷଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
English