ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଶୁଭାରମ୍ଭ,

Total Views : 74
Zoom In Zoom Out Read Later Print

ବିରାଟ କଳାକାର ଙ୍କ ଶୋଭାଯାତ୍ରା

    ବ୍ରହ୍ମପୁର  ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ,ଭୁବନେଶ୍ୱର, ଜିଲ୍ଲା ପ୍ରଶାସନ, ସଂସ୍କାର ଭାରତୀ,ଓଡ଼ିଶା ପ୍ରଦେଶ ଏବଂ ଓଡ଼ିଶା ନାଟକ ସମାରୋହ ସମିତି,ବ୍ରହ୍ମପୁରର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ  ଲୋକନାଟକ ମହୋତ୍ସବ  "ଲୋକରଞ୍ଜନୀ" ଓଡ଼ିଶା ସରକାରଙ୍କ ତରଫରୁ  " ବିଜୁ ପଟ୍ଟନାୟକ ସଂସ୍କୃତି ଭବନ" ,ବ୍ରହ୍ମପୁର ଠାରେ  ଶୁଭାରମ୍ଭ ହୋଇଛି । ଏକାଡ଼େମୀ ତରଫରୁ ସଂସ୍କାର ଭାରତୀ ଓ ଓଡ଼ିଶା ନାଟକ ସମାରୋହ ସମିତି,ବ୍ରହ୍ମପୁର ଦ୍ୱାରା ଆୟୋଜିତ ଏହି ଲୋକ ନାଟକ ମହୋତ୍ସବ   ଶୁଭାରମ୍ଭ ପୂର୍ବରୁ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଙ୍ଘ ସହୋଜଗରେ ବିରାଟ କଳାକାର ଶୋଭାଯାତ୍ରା ଆୟୋଜିତ ହୋଇଥିଲା ।ଶୋଭାଯାତ୍ରାରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଯୋଗ ଦେଇଥିଲେ, ନାଟ୍ୟକାର ତିରୁପତି ସାହୁ ଶୁଭାରମ୍ବ କରିଥିଲେ ସନ୍ଧ୍ୟାରେ  ସଚିଵ Dr ଚନ୍ଦ୍ର ଶେଖର ହୋତା ଲୋକନାଟକ ଉତ୍ସବକୁ ଉଦଘାଟନ କରି ସରକାର ଲୋକ କଳା ର ବିକାଶ ଓ ଉନ୍ନତି ନେଇ ସର୍ବଦା ସହଯୋଗ କରୁଥିବା କହିଥିଲେ । ସମ୍ମାନିତ ଅତିଥି  ଭାବେ , ବିଶିଷ୍ଟ ପ୍ରହ୍ଲାଦ ନାଟକ ଗୁରୁ ପଦ୍ମଶ୍ରୀ ସୀମାଞ୍ଚଳ ପାତ୍ର, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧକ୍ଷ ଭବାନୀ ଶଙ୍କର ମିଶ୍ର , ସଂସ୍କାର ଭାରତୀ ର ରାଜ୍ୟ ସଂଯୋଜକ ଶ୍ରୀ ନିରଞ୍ଜନ ପଣ୍ଡା ସଙ୍ଗୀତ ନାଟକ ଏକାଡେମୀ ସାଧାରଣ ପରିଷଦ ସଦସ୍ୟ ଶ୍ରୀ ଜଗଦୀଶ ପାଣିଗ୍ରାହି ପ୍ରମୁଖ ଯୋଗ ଦେଇ ବ୍ରହ୍ମପୁର ରେ ପ୍ରଥମ ଥର ଲାଗି ଏପରି ଲୋକ କଳା ମହୋତ୍ସବ ଆୟୋଜନ କରାଯାଉଥିବାରୁ ଖୁସି ପ୍ରକଟ  କରିଥିଲେ । ଓଡ଼ିଶା ନାଟକ ସମାରୋହ ସମିତି ସଭାପତି  ଅନିଲ କୁମାର ପାତ୍ର ସାଧାରଣ ସଂପାଦକ ନାରାୟଣ ମହାକୁଡ଼ , କଳାପ୍ରେମୀ ଆଲକ ବିଶୋଇ ସହଯୋଗ କରିଥିଲେ ।  ଗଞାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ର କାର୍ଯ୍ୟକାରି ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ଯ, ସଂସ୍କାର ଭାରତୀ ର ଅଜିତ୍ କୁମାର ମୁନୀ  ସମେତ ବହୁ କର୍ମକର୍ତ୍ତା ଏହି ଅବସରରେ  ଉପସ୍ଥିତ ଥିଲେ ।ଏକାଡେମୀ ର ବରିଷ୍ଟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ, ମଞ୍ଚ ପରିଚାଳକ କାର୍ତ୍ତିକ ପାଣିଗ୍ରାହି ଓ ଶୁଶ୍ରୀ ସାଗରିକା ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଚାଳକ କରିଥିବା ବେଳେ ବୈଠକରେ କୈଳାଶ ପାଣିଗ୍ରାହୀ, ଆରତୀ ପାତ୍ର, କୁନି ପଣ୍ଡା, ହରିଶ୍ଚନ୍ଦ୍ର ବରାଡ , ସୁଦାମ ପଟନାୟକ,କୃଷ୍ଣ ପଣ୍ଡା , ଅଭିରାମ ରାଉଳ , ବଳଦେବ ସାହୁ, ମୃତଞ୍ଜୟ ତ୍ରିପାଠୀ, ସରୋଜ ପଣ୍ଡା, ଅଶକ ପାତ୍ର,ଗୋପାଳ ପଟ୍ଟନାୟକ,ସୁନୀଲ ସ୍ବାଇଁ, ସୁଦୀପ କୁମାର୍ ସାହୁ ଙ୍କ ସମେତ ବହୁ କଳାପ୍ରେମୀ ଏଠାରେ ଉପସ୍ଥିତ ଥିଲେ । ପ୍ରଥମ ଦିବସରେ ଗୋକୁଳାନନ୍ଦ ପ୍ରଧାନ ଓ ସେଥି ,ଗଞ୍ଜମଙ୍କ ଦ୍ୱାରା ପ୍ରହ୍ଲାଦ ନାଟକ, ପ୍ରଶାନ୍ତ ପ୍ରଧାନ ଓ ସାଥୀ ଙ୍କ ଦ୍ଵାରା କୃଷ୍ଣ ଲୀଳା, ନବରଙ୍ଗପୁର ସାଇମନ ବିଡିକା ଓ ସାଥୀଙ୍କ ଦ୍ବାରା ଦେଶିଆ ନାଟକ ପରିବେଷଣ ହୋଇଥିଲା । ସମସ୍ତ ଅତିଥି ଓ କଳାକାର ମାନଙ୍କୁ ଏଠାରେ  ସମ୍ମାନିତ କରାଯାଇଥିଲା । ୧୯ ତାରିଖରେ ବୌଦ୍ଧ ର ଶ୍ରୀ ରାମଲୀଳା ନାଟ୍ୟ ସଂସଦ ତରଫରୁ ରାମଲୀଳା, ଛତ୍ରପୁର ମା ସନ୍ତୋଷୀ ଲୋକ ନାଟ୍ୟ ସଂସଦ ତରଫରୁ ରାଧା ପ୍ରେମ ଲୀଳା, ଭଦ୍ରକ ସଙ୍କେତ କଲ୍ଚରାଲ ଆସୋସିଏସନ୍ ତରଫରୁ ମୋଗଲ ତାମସା, ଏବଂ ଅନ୍ତିମ ଦିବସ ୨୦ ତାରିଖ ସନ୍ଧ୍ୟାରେ ଜଗତସିଂହପୁର ବାଣୀ କ୍ଷେତ୍ର ନାଟ୍ୟ  ପରିଷଦ ତରଫରୁ ଗୀତି ନାଟ୍ୟ, ଗଞାମ ଶ୍ରୀ ଶ୍ରୀ ମା ଦେବୀ ନାଟ୍ୟ କଳା ସାଂସଦ ତରଫରୁ ଭାରତ ଲୀଳା ଓ ଗଜପତି ସଙ୍କଟ ତାରିଣୀ ନାଟ୍ୟ କଳା ସଂସଦ ତରଫରୁ ଭୂତକେଳି ପରିବେଶଣ କରାଯିବ ବୋଲି ଏଠାରେ କୁହାଯାଇଥିଲା ।

See More

Latest Photos