ମାଆ ବାପ ଘରୁ ବାହାରି ଶାଶୁ ଘର କୁ ବିଜେ କରିବେ

Total Views : 189
Zoom In Zoom Out Read Later Print

ମଧ୍ୟରାତ୍ରିରେ ମାଆ ଅସ୍ଥାୟୀ ମଣ୍ଡପରୁ ବାହାରି ମୁଖ୍ୟ ମନ୍ଦିର ବିଜେ କରିବେ

<!--[if gte mso 9]><xml> </xml><![endif]--><!--[if gte mso 9]><xml> Normal 0 false false false EN-IN X-NONE OR </xml><![endif]--><!--[if gte mso 9]><xml> </xml><![endif]--><!--[if gte mso 10]> <style> /* Style Definitions */ table.MsoNormalTable {mso-style-name:"Table Normal"; mso-tstyle-rowband-size:0; mso-tstyle-colband-size:0; mso-style-noshow:yes; mso-style-priority:99; mso-style-parent:""; mso-padding-alt:0cm 5.4pt 0cm 5.4pt; mso-para-margin-top:0cm; mso-para-margin-right:0cm; mso-para-margin-bottom:8.0pt; mso-para-margin-left:0cm; line-height:115%; mso-pagination:widow-orphan; font-size:12.0pt; font-family:"Calibri",sans-serif; mso-ascii-font-family:Calibri; mso-ascii-theme-font:minor-latin; mso-hansi-font-family:Calibri; mso-hansi-theme-font:minor-latin; mso-bidi-font-family:Kalinga; mso-bidi-theme-font:minor-bidi; mso-font-kerning:1.0pt; mso-ligatures:standardcontextual; mso-fareast-language:EN-US;} </style> <![endif]-->

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆରଧନା  ଦେବୀ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ସୋମବାର ଶେଷ ହେବ। ଏ ନେଇ ରବିବାର ଦିନ ମିନା ବଜାର ,ସାହି ସାହିରେ ହୋଇଥିବା  କାଳକୁଜ, ଅନୁଷ୍ଟାନ ମାନଙ୍କ ଦ୍ବାରା ପ୍ରସାଦ ବଣ୍ଟନ ଏବଂ ଅସ୍ଥାୟୀ ମଣ୍ଡପରେ ଲକ୍ଷଧିକ

ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଶନିବାର ଅସ୍ଥାୟୀ ମଣ୍ଡପରେ ରାତ୍ର ତିନିଟା  ପର୍ଯ୍ୟନ୍ତ ଭକ୍ତ ଦର୍ଶନ କରିଥିଲେ। ରବିବାର ଭୋର ରେ ମାଆଙ୍କ ଆଳତି ହୋଇଥିଲା।

ଏହାପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଦିନ ସାରା ଅସ୍ଥାୟୀ ମଣ୍ଡପରୁ ମହୁରୀ ରାଜବାଟୀ ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗି ରହିଥିଲା। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତମାଆଙ୍କ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଜାରି ରହିଥିଲା। ରବିବାର ଅସ୍ଥାୟୀ ମଣ୍ଡପରେ ବିଜିପୁରର ବୁଦ୍ଧବେଶ ଆକର୍ଷଣ ପାଲଟିଥିଲା। ୪୨ ବ୍ୟକ୍ତି ଗେରୁଆ ବସ୍ତ୍ର ପରିଧାନ କରିବା ସହ ହାତରେ ଭିକ୍ଷା ଥାଳି ଧରି ବୁଦ୍ଧ ବେଶରେ ବାହାରିଥିଲେ । ସଭିଏଁ ବିଜିପୁର କାଳୁଆ ମନ୍ଦିରରୁ ବାହାରି ଖଲ୍ଲିକୋଟ କଲେଜ, ଅନ୍ନପୂର୍ଣ୍ଣା ମାର୍କେଟ ହୋଇ ସହର ବୁଦ୍ଧ ବେଶଧାରୀଙ୍କ ଶାନ୍ତି ବାର୍ତ୍ତା ପରିକ୍ରମା କରି ଅସ୍ଥାୟୀ ମଣ୍ଡପରେ ପହଞ୍ଚିଥିଲେ। ସୋମବାର ମଧ୍ୟରାତ୍ରିରେ ମାଆ ଅସ୍ଥାୟୀ

ମଣ୍ଡପରୁ ବାହାରି ମୁଖ୍ୟ ମନ୍ଦିର ବିଜେ କରିବେ। ମଧ୍ୟାହ୍ନରେ ଦେଶୀବେହେରାଙ୍କ ଘରେ କଞ୍ଚା ମାଟିରେ ତିଆରି ଶାନ୍ତି ଘଟ ସ୍ଥାପନ ହେବ। ପୂର୍ବାହ୍ନରେ କୁମ୍ଭାରପଲ୍ଲୀର ଆର୍, ରାଜେନ୍ଦ୍ରଙ୍କ ପରିବାର ପକ୍ଷରୁ ତିଆରି ହୋଇଥିବା ଘଟ ଦେଶୀବେହେରାଙ୍କ ଘରକୁ ଆସିବ । ଏହାପରେ ରାତ୍ର ସାଢ଼େ ଗୋଟିଏରେ ମାଆ ଅସ୍ଥାୟୀ ମଣ୍ଡପରୁ ବିରାଟ ପଟୁଆରରେ ବାହାରି ମୁଖ୍ୟ ମନ୍ଦିରକୁ ଯିବେ। ଜଉରା ସାହିରେ ମାଉସୀ ଘର ସୁରୁ ସେନାପତିଙ୍କ ଘରେ ପୋଡ଼ପିଠା ଖାଇବେ। ସେଠାରୁ ପୁଣି ଖସା ସାହି,ଆଡାମ୍‌ ସାହି, କାଞ୍ଜିବାରୀ ସାହି ହୋଇ ମୁଖ୍ୟ ମନ୍ଦିରକୁ ଯିବେ । ଭୋର ୩ଟାରୁ ୪ଟା ଭିତରେ ମାଆ ମୁଖ୍ୟ ମନ୍ଦିରରେପ୍ରବେଶକରିବେ ବୋଲି ଯାତ୍ରା ମୁଖ୍ୟପରିଚାଳକ ପାତର୍ଲା ଦୁର୍ଗା ପ୍ରସାଦ ଦେଶୀବେହେରା କହିଛନ୍ତି।


See More

Latest Photos