୧୦୦ ବର୍ଷର ଆସିକା ହାଟପଦା ମାଟିରେ ପୁରୁଣା ପରିବା ବେପାରୀ ଘର ଖଣ୍ଡେ ପାଇଁବେ ତ .....?

Total Views : 41
Zoom In Zoom Out Read Later Print

ପୁରୁଣା ପରିବା ବେପାରୀ ମାନଙ୍କୁ ରୁମ୍ ଦବା ପାଇଁ ଜନ ସାଧାରଣ ଙ୍କ ଦାବୀ

୧୦୦ ବର୍ଷର ଆସିକା ହାଟପଦା ମାଟିରେ କେବେ ପାଇଁବେ ପୁରୁଣା ପରିବା ବେପାରୀ ଘର ଖଣ୍ଡେ..?

ଆସିକା: (ପ୍ରଫୁଲ ବେହେରା )ଆସିକା ଗଞ୍ଜାମ ଜିଲ୍ଲାର ବ୍ୟବସାୟ ପେଣ୍ଠସ୍ଥଳୀ ଭାବେ ବେଶ ଜଣାଶୁଣା ଆସିକା ହାଟପଦା କୁ ବ୍ୟବସାୟ କରିବା ପାଇଁ ବହୁ ଦୁର ଦୁରାନ୍ତରୁ କଲିକତା,ଖଡ଼ଗପୁର,ମେଦିନି,ଆସାନ ଶୋଲ,ନଦିଆ ରୁ ବ୍ୟବସାୟୀ ମାନେ ବ୍ୟବସାୟ କରିବା ପାଈଁ ଆସିକା ହାଟପଦାକୁ ଆସୁଥିଲେ। ଗଞ୍ଜାମ ଜିଲ୍ଲାର ଆଖ ଗାଁ ରୁ ବ୍ୟବସାୟୀ ମାନେ ବ୍ୟବସାୟ କରିବା ପାଇଁ ଶଗଡ଼ ଗାଡ଼ିରେ ଆସି ବ୍ୟବସାୟ କରି ଘରକୁ ଫେରୁଥିଲେ।ସେ ସମୟରେ ଲୋକ ଙ୍କ ପାଖରେ ଯଥେଷ୍ଟ ଟଙ୍କା ନଥିବାରୁ ଜିନିଷ ବଦଳରେ ଜିନିଷ ଦେଈ କିଣାବିକା କରୁଥିଲେ। ଆସିକା କୃଷିଭିତ୍ତିକ ସହର ହେଈ ଥିବାରୁ ଏହି ଅଞ୍ଚଳରେ ବହୁତ ଲୋକ ଚାଷୀ ମାନଙ୍କ ଉପରେ ନିର୍ଭର କରୁଥିଲେ।କଲିକତାରୁ ଆସିକା କୁ ବ୍ୟବସାୟ କରିବା ପାଇଁ ଆସୁଥିବା ବ୍ୟବସାୟୀ ଙ୍କ ଠାରୁ ମସଲା ମସଲୀ ରଖି ଗଞ୍ଜାମ ଜିଲ୍ଲା ରୁ ମୁଗ,ବିରି, ମାଣ୍ଡିଆ,କୋଳଥ କଲିକତା କୁ ନେଉଥିଲେ। ଆସିକା ସହର ଗଞ୍ଜାମ ଜିଲ୍ଲାର ବ୍ୟବସାୟ ପେଣ୍ଠସ୍ଥଳୀ ଥିବାରୁ ବ୍ରହ୍ମପୁର ରେଲୱେ ଷ୍ଟେସନରେ ଜିନିଷ ପତ୍ର ରଖିବା ପାଇଁ ସେ ସମୟର ସରକାର ଗୋଟିଏ ରୁମର ବ୍ୟବସ୍ଥା ମଧ୍ୟ କରିଥିଲେ। ଆସିକା ଅଞ୍ଚଳର ବ୍ୟବସାୟୀ ମାନେ ଏକତ୍ରିତ ହୋଈ ଗୋଟିଏ ଜାଗାରେ ପନିପରିବା ବିକ୍ରି କରିବା ପାଇଁ ୦୯.୦୧.୧୯୮୩ ମସିହାରେ ଆମ ଆସିକା ର ସୁନାମଧନ୍ୟ ବିଧାୟକ ରାଘବ ପରିଡା,ପୈ।ର ଯନ୍ତ୍ରୀ ଚନ୍ଦ୍ର ଶେଖର ପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ମନ ମୋହନ ପଟ୍ଟନାୟକ ପ୍ରଚେଷ୍ଟାରେ ରାଘବ ପରିଡା ଉଦଘାଟନ କରିଥିଲେ। ଆସିକା ହାଟପଦା ହେଉଛି ଦୀର୍ଘ ୧୦୦ ବର୍ଷର ହାଟପଦା କାଳ କ୍ରମେ ଆସିକା ମ୍ୟୁନିସିପାଲଟି ର କିଛି ସ୍ଥାୟୀ କର୍ମଚାରୀ ମାନେ ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ନିଜ ନିଜର ନାଁ ରେ ଆସିକା ମ୍ୟୁନିସିପାଲଟି ଅଫିସରେ ସରକାରୀ ଜାଗାକୁ ନିଜ ନାଁ ରେ କରିବା ପାଇଁ ହୋଲଡିଙ୍ଗ ନମ୍ବର କରି ଆସିକା ମ୍ୟୁନିସିପାଲଟି ଅଫିସରେ ନିଜ ନିଜର ନାଁ ରେ ଟିକସ ବାନ୍ଧି ସରକାରୀ ଜାଗାକୁ ମୁନସିପାଲଟି ଚେୟାରମେନ ଓ କର୍ମଚାରୀ ମାନଙ୍କୁ ଧରି ସରକାରୀ ଜାଗାକୁ ତାଙ୍କର ନିଜ ନାଁ ରେ କରିଥିବା ଶୁଣିବାକୁ ମିଳୁଛି। ଏହା କେତେ ସତ ତଦନ୍ତ କଲେ ଜଣା ପଡିବ lବହୁ ବର୍ଷ ଧରି ସେମାନେ ସରକାରୀ ଜାଗା କୁ ନିଜର ଅକ୍ତିଆର ରେ ରଖିଥିବାରୁ ହାଟପଦା ଉଛେଦ ସମୟରେ କିଛି ବ୍ୟବସାୟୀ ନିଜର ଜାଗା କହି ଉଛେଦ କରିବାରେ ବାଧା ସୃଷ୍ଟି ହୋଈଥିଲା ସୂଚନା ଥାଉକି ହାଟପଦା ସଂପୂର୍ଣ୍ଣ ଭାବେ ଉଛେଦ ହୋଇନି କିନ୍ତୁ କିଛି ଅସାଧୁ ବ୍ୟକ୍ତି ମାନେ କିଛି ବ୍ୟବସାୟୀ ମାନଙ୍କ ଠାରୁ ମୁନସିପାଲଟି ତରଫରୁ ପରିବା ବେପାରୀ ମାନଙ୍କ ପାଇଁ ତିଆରି ହେବାକୁ ଯାଉଥିବା ନୂତନ କୋଠା କାହାକୁ ଦିଆଯିବ ଏବେ ଠାରୁ ଦଲାଲ ମାନେ ଗୋଟି ଚାଳନା କରି ସାରିଲେଣି ଏଣୁ ଦୀର୍ଘ ବର୍ଷ ବର୍ଷ ଧରି ଆସିକା ହାଟପଦା ଠାରେ ପନିପରିବା ଏବଂ ବିଭିନ୍ନ ବ୍ୟବସାୟ କରି ଆସୁଥିବା ପ୍ରକୃତ ବ୍ୟବସାୟୀ ମାନଙ୍କୁ ନୂତନ କୋଠା ମିଳିବ କି ନାହିଁ ସମସ୍ତ ଙ୍କ ମନରେ ବଡ଼ ପ୍ରଶ୍ନ ଆସିକା ବିନା ୟକ ବଜାର ସ୍ଥିତ ସରକାରୀ ମୁନସିପାଲଟି ଜାଗା ଉପରେ ରୁମ୍ ତିଆରି ହୋଈଛି ସରକାରୀ ନିୟମ ଅନୁସାରେ ବହୁତ କମ୍ ଭଡା ଆସିକା ମ୍ୟୁନିସିପାଲଟି କୁ ଦେଉଛନ୍ତି। ଜନ ସାଧାରଣ ଙ୍କ ଠାରୁ ଶୁଣିବାକୁ ମିଳୁଛି ଆସିକା ମ୍ୟୁନିସିପାଲଟି ରୁମ୍ ଯେଉଁ ମାନଙ୍କ ନାଁ ରେ ଥିଲା ସେମାନେ ଦୋକାନ ନକରି ଅନ୍ୟ ଲୋକ ମାନଙ୍କୁ ହଜାର ହଜାର ଟଙ୍କାରେ ଭଡା ଦେଈ ଭଡା ଆଦାୟ କରୁଛନ୍ତି। ଅଳ୍ପ ମାସ ଭିତରେ ଆସିକା ମ୍ୟୁନିସିପାଲଟି ର କାର୍ଯ୍ୟନିର୍ବାହୀ ଅଧିକାରୀ ବିଭିନ୍ନ ସମସ୍ୟା ଦେଖାଈ ଭଙ୍ଗା ଅଭିଯାନ ଜାରି ରଖିଛନ୍ତି। ଏଥିରେ ନିରୀହ ଗରୀବ ଲୋକ ମାନେ ହିଁ ଅସୁବିଧାରେ ପଡ଼ୁଛନ୍ତି। ଆସିକା ମୁନସିପାଲଟି ର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱର୍ଗତ ଅଶୋକ କୁମାର ପଣ୍ଡା ବିନାୟକ ବଜାର ମାଲ ସାହି ରାଧେ ରାଧେ ମନ୍ଦିର ଠାରୁ ଲକ୍ଷ୍ମୀ ବଜାର ରେ ଥିବା ବଡ ବଡ କୋଠା ନାଲି ରଙ୍ଗ ରେ ଭାଙ୍ଗିବା ପାଇଁ ଚିହ୍ନଟ କରିଥିଲେ। କାହିଁକି ଆଜି ପର୍ଯ୍ୟନ୍ତ ଉଛେଦ ହେଉନି ବର୍ତ୍ତମାନର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାରମ୍ବାର ଧମକ୍ ଦେଈ ଭାଙ୍ଗୁ ଛନ୍ତି କିନ୍ତୁ ପୂର୍ବରୁ ଚିହ୍ନଟ ହୋଇଥିବା କୋଠାକୁ ବର୍ତ୍ତମାନର ଅଧିକାରୀ ହାତ ଦେଈ ପାରୁ ନାହାନ୍ତି। ଆସିକା ମ୍ୟୁନିସିପାଲଟି ର ଏଭଳି ପାନ୍ତର ଅନ୍ତର କାମକୁ ସାଧାରଣ ଜନତା ସମାଲୋଚନା କରିଛନ୍ତି। ପୁରୁଣା ପରିବା ବେପାରୀ ମାନଙ୍କୁ ରୁମ୍ ଦବା ପାଇଁ ସାଧାରଣ ଙ୍କ ଦାବୀ l

See More

Latest Photos