ଫଟୋଗ୍ରାଫି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Total Views : 179
Zoom In Zoom Out Read Later Print

ପ୍ରଶିକ୍ଷକଙ୍କୁ ବୃକ୍ଷ ରୋପଣ କରିନିଆରା ଢଙ୍ଗରେ ସ୍ୱାଗତ କଲା ଫୋଟଗ୍ରାଫ ସଂଘ

ଫଟୋଗ୍ରାଫି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।
ଗଛ ଲଗାଇ ପ୍ରଶିକ୍ଷକଙ୍କୁ ସ୍ୱାଗତ କଲା ଫୋଟଗ୍ରାଫର ସଂଘ 
ପାତ୍ରପୁର, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଫଟୋଗ୍ରାଫି ୱେଲଫର ଆସୋସିଏସନ ଚାରିଟେବୁଲ ଟ୍ରଷ୍ଟ ଓ ସୋନି ଇଣ୍ଡିଆ ମିଳିତ ସହଯୋଗରେ ଫଟୋଗ୍ରାଫି ପ୍ରଶିକ୍ଷଣ ଶିବିର ଗୁରୁବାରଦିନ ପାତ୍ରପୁର ବ୍ଲକ ଭୈରବୀ ଚାଞ୍ଚଡା ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ପସରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର କର୍ମକର୍ତ୍ତା ଓ ସଦସ୍ୟ ପ୍ରଶିକ୍ଷକଙ୍କୁ ଗଛ ଲଗାଇ ନିଆରା ଢଙ୍ଗରେ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଥିଲା । ପାତ୍ରପୁର ବ୍ଲକ୍ ଫଟୋଗ୍ରାଫି ୱେଲଫର ଆସୋସିଏସନ ଚାରିଟେବୁଲ ଟ୍ରଷ୍ଟ ସଭାପତି ନୀଳାଞ୍ଚଳ ପଟ୍ଟନାୟକଙ୍କ ସଭାପତିତ୍ୱରେ ଉକ୍ତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ଭାବେ ଦେବବାସ ମଲ୍ଟିମିଡିଆ ସଂଘଠକ ମୁଖ୍ୟ ଦୀପକ ପାତ୍ର ଯୋଗଦେଇଥିଲେ । ପଡୋଶୀ ଆନ୍ଧ୍ର, ଚିକିଟି, ପାତ୍ରପୁର ପ୍ରମୁଖ ଅଞ୍ଚଳର ପ୍ରାୟ 70ରୁ ଉର୍ଦ୍ଧ ଫଟୋଗ୍ରାଫର ମାନେ ଉକ୍ତ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲେ । ଏଥିରେ ସୋନି ଭୁବନେଶ୍ୱର ଏଏସଏମ ସିଦ୍ଧାର୍ଥ ପଟ୍ଟନାୟକ, ପ୍ରଶିକ୍ଷକ ଭାବେ ନୁର ଆଲାମ, କୋଡିନେଟର ସମରଞ୍ଜନ ମହାନ୍ତି, ସୁଶାନ୍ତ ପ୍ରଧାନ, ମୋଡେଲ ବୈଶାଳୀ ମହାପାତ୍ର ପ୍ରମୁଖ ଯୋଗଦେଇ ଫଟୋଗ୍ରାଫର ମାନଙ୍କୁ ପ୍ରଶିକ୍ଷଣ ଓ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ପାଦକ ମନୋରଞ୍ଜନ ରଣା, ଉପସଭାପତି ଅନାଦୀ ଚରଣ ପଣ୍ଡିତ, ରାଜେଶ ବେହେରା, ତ୍ରିପତି ସାହୁ ପ୍ରମୁଖ ପରିଚାଳନା କରିଥିଲେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବନ ବିଭାଗର କର୍ମକର୍ତ୍ତା ସହଯୋଗ କରିଥିବା ବେଳେ  ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ 

See More

Latest Photos