ପାର୍କର ନାମ ହେଉଛି କରୋନସନ୍ ପାର୍କ ୧୯୦୩ ମସିହାରେ T.V.କୋଣ୍ଡାଲା ରାଓ,ପାନ୍ତୁଲୁ ଗାରୁ ଓ ତାଙ୍କ ସହ ଧର୍ମିଣୀ ସୁନ୍ଧରମା ଗାଁରୁ ଏହି ପାର୍କ କୁ ଆସିକା ସହରବାସୀ ତଥା ବିଶିଷ୍ଟ ବ୍ୟବସାୟୀ ସମାଜସେବୀ ଓ ବରିଷ୍ଠ ଆଇନଜୀବୀ ମାନଙ୍କ ସହଯୋଗରେ ୧୯୦୩ ମସିହାରେ ପାର୍କ ଟିକୁ ଆସିକାର ସର୍ବସାଧାରଣ ଙ୍କ ପାଈଁ ଉତ୍ସର୍ଗ କରିଥିଲେ
ଆସିକା କରୋନସନ୍ ପାର୍କ ରେ ଚାବି ଝୁଲୁଛି ଖୋଲିବା ପାଈଁ ସାଧାରଣ ଙ୍କ ଦାବି
ଆସିକା କରୋନସନ୍ ପାର୍କ ରେ ଚାବି ଝୁଲୁଛି ଖୋଲିବା ପାଈଁ ସାଧାରଣ ଙ୍କ ଦାବି
ଆସିକା : (ପ୍ରଫୁଲ୍ଲ ଚନ୍ଦ୍ର ବେହେରା) ଓଡ଼ିଶାର ସର୍ବ ପୁରାତନ ପାର୍କ କହିଲେ ଅତ୍ୟୁକ୍ତି ହେବ ନାହିଁ। ପାର୍କର ନାମ ହେଉଛି କରୋନସନ୍ ପାର୍କ ୧୯୦୩ ମସିହାରେ T.V.କୋଣ୍ଡାଲା ରାଓ,ପାନ୍ତୁଲୁ ଗାରୁ ଓ ତାଙ୍କ ସହ ଧର୍ମିଣୀ ସୁନ୍ଧରମା ଗାଁରୁ ଏହି ପାର୍କ କୁ ଆସିକା ସହରବାସୀ ତଥା ବିଶିଷ୍ଟ ବ୍ୟବସାୟୀ ସମାଜସେବୀ ଓ ବରିଷ୍ଠ ଆଇନଜୀବୀ ମାନଙ୍କ ସହଯୋଗରେ ୧୯୦୩ ମସିହାରେ ପାର୍କ ଟିକୁ ଆସିକାର ସର୍ବସାଧାରଣ ଙ୍କ ପାଈଁ ଉତ୍ସର୍ଗ କରିଥିଲେ। ସେହି ପାର୍କ ଭିତରେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଆସିକା ଵାସିନ୍ଧା ପି. ରାମ ମୂର୍ତ୍ତି ପାତ୍ର ଡାକ୍ତର.କେ.ନାଗେଶ୍ୱର ରାଓ,ରମଣା ମୂର୍ତ୍ତି ଓକିଲ,ଏନ୍.ବାବୁ ଆଚାରୀ, ଅଭିରାମ ମିଶ୍ର ବିଦ୍ୟୁତ ବିଭାଗ ସହିତ ଆଲୋଚନା କରି ବିଭିନ୍ନ ପ୍ରକାରର ଭଳିକି ଭଳି ବିଦ୍ୟୁତ ଉପକରଣ,ଖେଳନା, ସିମେଣ୍ଟ ରେ ନିର୍ମିତ ବ୍ୟାଞ୍ଚ ପାର୍କ ଭିତରେ ଏକ ଗୋଲେଈ ଆକାରର ???? ଘର ନିର୍ମାଣ କରି ବିଭିନ୍ନ ରଙ୍ଗବେରଙ୍ଗର ଫୁଲ୍,ଫଳ ଗଛରେ ପାର୍କଟି ସୁନ୍ଧର ଦେଖା ଯାଉ ଥିଲା ସଦାସର୍ବଦା କୁନି କୁନି ପିଲା ଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ବୁଲିବାକୁ ଯାଈ ପାର୍କଟିକୁ ଉପଭୋଗ କରୁଥିଲେ।ପାର୍କଟି ଅତି ପୁରୁଣା ଥିଲା ତାହା ସଙ୍ଗେ ସଙ୍ଗେ ଉନ୍ନତ ମାନର ଖେଳ ସାମଗ୍ରୀ ରହି ପାର୍କ ଟିକୁ ଆସିକା ବାସିଙ୍କ ତତ୍ବାବଧାନରେ ଚାଲି ଥିଲ। ଆସିକା ଅଞ୍ଚଳ ପାଖାପାଖି କେଉଁଠାରେ ପାର୍କ ନଥିବାରୁ ଆସିକା ସହରକୁ ବହୁ ଦୁରରୁ ଆସୁବିଧା ବ୍ୟବସାୟୀ ଓ ଜନସାଧାରଣ ଉପଭୋଗ ଲାଗି ଆସି ଥାଆନ୍ତି। କାଳକ୍ରମେ ପାର୍କ ଟିକୁ ଉସର୍ଗିତ କରିଥିବା ମହାନ୍ ବ୍ୟକ୍ତିଙ୍କ ଆଗାମୀ ପିଢ଼ି ନାତି,ପଣି ନାତି ମାନେ ପାର୍କ ଟିକୁ ଲଡଜ କରି ବିକ୍ରୀ କରି ଦବା ପାଈଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ନିରାଶ ହୋଈ ଥିଲେ।୧୫.୧୧.୧୯୫୭ ମସିହାରେ ଆସିକା ଏନ୍ଏସି ପ୍ରତିଷ୍ଠା ହବାର ବହୁ ବର୍ଷ ପରେ କରୋନସନ୍ ପାର୍କ ଟିକୁ ହାତକୁ ନେଲା ଏନ୍.ଏ.ସି.ର କିଛି କର୍ମଚାରୀ ପାର୍କରେ କାମ କରି ରକ୍ଷଣାବେକ୍ଷଣା କରୁଥିଲେ। କରୋନସନ୍ ପାର୍କ ଆସିକା ଏନ୍.ଏ. ସି. ର ନିଜସ୍ୱ ହୋଈ ନଥିଲେ ମଧ୍ୟ ଆସିକା ଜନସାଧାରଣ ଦୁରେଈ ହୋଈଯିବା ଯୋଗୁଁ ପାର୍କଟିକୁ ଆସିକା ଏନ୍ ଏ ସବୁ ବୁଝାବୁଝି କରି ମଧ୍ୟ କିଛି ଦାୟିତ୍ବ ନେଲେ ନାହିଁ।୧୯୮୫ ମସିହାରେ କରୋନସନ୍ ପାର୍କ ର ନାମ ବଦଳାଈ ଈନ୍ଧିରା ପାର୍କ ଓ ବସନ୍ତ ଭବନ ନାମରେ ନାମ କରଣ କଲେ। ବହୁ ବର୍ଷ ପରେ ଚର୍ଚ୍ଚିତ କରୋନସନ୍ ପାର୍କ କୁ ୩୧.୦୮.୨୦୨୧ ତାରିଖରେ ଆସିକା ଏନ୍.ଏ. ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱର୍ଗତ ଅଶୋକ କୁମାର ପଣ୍ଡା ଓ ନଗର ପାଳ ଦାୟିତ୍ଵ ରେ ଥିବା ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଆଈଏଏସ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ବଳିଷ୍ଠ ନେତୃତ୍ବ ସ୍ୱତନ୍ତ୍ର ଦାୟିତ୍ୱ ନେଇ ପାର୍କ ଟିକୁ ପୁନରୁଦ୍ଧାର କଲେ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ବିଭିନ୍ନ ପ୍ରକାରର ଭଳିକି ଭଳି ଗଛ, ଉନ୍ନତ ଧରଣର ଖେଳ ଉପକରଣ ନାନା କିସମର ଲାଈଟରେ ପାର୍କ ଟିକୁ ସୁସଜ୍ଜିତ କରିଥିଲେ।ତାହା ସହିତ କିଛି ମୂର୍ତ୍ତି ସ୍ଥାପନ କରିବା ସହିତ ପାଣି ଫାଉଣ୍ଡେସନ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ପାର୍କ କୁ ଯେଉଁ ମାନେ ମନୋରଞ୍ଜନ ଓ ବୁଲିବା ପାଇଁ ଯିବେ ସେଥି ପାଈ ଆସିକା ଏନ୍.ଏ.ସି. ଟିକଟର ବ୍ୟବସ୍ଥା କଲା ୧୪ ବର୍ଷରୁ କମ୍ ପିଲାକୁ ୫ ଟଙ୍କା ୧୪ ବର୍ଷ ଠାରୁ ଅଧିକା ବ୍ୟକ୍ତି ମାନଙ୍କୁ ୧୦ ଦଶଟଙ୍କା ଆଦାୟ କଲେ।ପାର୍କଟି ଅତି ସୁନ୍ଦର ହୋଈଥିବାରୁ ଦିନକୁ ଦିନ ଜନଗହଳି ହେଲା ଭଲ କଲେକ୍ସନ ବି ହେଲା ପର୍ବପର୍ବାଣୀ ରେ ମୋଟା ଅଙ୍କର ଟଙ୍କା କଲେକ୍ସନ ହେଉଥିଲା ସୋମବାର ଦିନ ପାର୍କ ବନ୍ଧ ରହୁଥିଲା ପାର୍କ ଦାୟିତ୍ଵରେ ଥିବା କର୍ମଚାରୀ ମାନେ ପାର୍କ ରୁ ଆଦାୟ ହେଉଥିବା ଟଙ୍କା କୁ ଠିକ୍ ସମୟରେ ପୈଠ ନକରି କିଛି କର୍ମଚାରୀ ଟଙ୍କା ଲୁଟିବାରେ ଲାଗିଲେ। ଯେତେବେଳେ ଅଫିସର ନଜରକୁ ଆସିଲା ବହୁତ ପାଟିତୁଣ୍ଡ ହୋହାଲା ହେଈଛି। ପାର୍କର ମାଳି ଏନ୍ ଏ ସିର ସୁଈପର ଷ୍ଟାଫ୍ ପାର୍କର ରକ୍ଷଣାବେକ୍ଷଣା କଲେ ମଧ୍ୟ ଆସିକା ଏନ୍ଏସି ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାରେ ଅତ୍ୟାଧୁନିକ ଯନ୍ତ୍ରପାତି ର ମରାମତି ଓ ଗଛର ଦାୟିତ୍ଵ ନ ନେବାରୁ ସବୁ ଜିନିଷ ଭଗ୍ନ ଅବସ୍ଥାରେ ପଡ଼ିଛି। କିଛି ଦିନ ପରେ ପାର୍କରେ ଲାଗିଥିବା ଉପକରଣ ଗୁଡିକୁ ଚୋରେଈ ନେଈ ଗଲେଣି ପାର୍କର ପଶ୍ଚିମ ଗେଟ ଭାଙ୍ଗି ଯାଈ ଥିବାରୁ ଗାଈ ଗୋରୁ ପଶି ଗଛ ପତ୍ର ଖାଉଛନ୍ତି ଏହାର ରକ୍ଷଣାବେକ୍ଷଣ କେହି କରୁ ନାହାନ୍ତି। ପାର୍କର ସମୁଖ ଗେଟ୍ କଲର ଫିକା ପଡିଗଲାଣି ପାର୍କ ଭିତରେ ଥିବା ଅଧିକାଂଶ ଲାଈଟ ଜଳୁଛି। ପରିଶ୍ରା ଗାର ସଫା ନାହିଁ।ସର୍ବ ଭାରତୀୟ ବର୍ଷରେ ଆସିକା ଏନ୍ ଏ ସବୁ ଦ୍ଵିତୀୟ ସ୍ଥାନ ପୁରସ୍କାର ପାଈ ଥିବା ବେଳେ ଅନ୍ୟ ପଟେ ବହୁ ପୁରାତନ କରୋନସନ୍ ପାର୍କରେ ଚାବି ଝୁଲିବାର ଦେଖି ଆସିକା ବାସିନ୍ଦା ଆଶ୍ଚର୍ଯ୍ୟ ହେଉଛନ୍ତି।ଜନ ସାଧାରଣ ଙ୍କ ମନରେ ପ୍ରଶ୍ନ ପାର୍କରେ ଦିନକୁ ଏତେ ଟଙ୍କା ଆଦାୟ ହେଉଥିଲା ତଥାପି ପାର୍କର ରକ୍ଷଣାବେକ୍ଷଣା କାହିଁକି ହୋଈପାରିଲା ନାହିଁ ଏଥିରେ ଅଫିସର ମାନଙ୍କ କିଛି ମନ୍ଧ ଉଦେଶ୍ୟ ଅଛିକି? ଏହାକୁ ତଦନ୍ତ କରିବା ପାଈଁ ଆସିକା ଜନସାଧାରଣ ଆସିକା ଏନ୍. ଏ.ସି.କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପାଳ,ଉପଖଣ୍ଡ ଅଧିକାରୀ, ତଦନ୍ତ କରି ପୁଣିଥରେ ପାର୍କ ଟିକୁ ଖୋଲିବା ପାଈଁ ସାଧାରଣ ରେ ଦାବି ହେଉ
English