ଆର ଏସ ଏସ ପକ୍ଷରୁ ଫୁଲବାଣୀ ନଗର କେଶବ ବସତିର ବିଜୟା ଦଶମୀ ଉତ୍ସବ ପାଳିତ

Total Views : 153
Zoom In Zoom Out Read Later Print

,କନ୍ଧମାଳ ଜିଲ୍ଲା ଫୁଲବାଣୀ ନଗର କେଶବ ବସତି ରେରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବିଜୟା ଦଶମୀ ଉତ୍ସବ ପାଳିତ

ଆର ଏସ ଏସ ପକ୍ଷରୁ ଫୁଲବାଣୀ ନଗର କେଶବ ବସତିର ବିଜୟା ଦଶମୀ ଉତ୍ସବ ପାଳିତ

ଫୁଲବାଣୀ, (ଆଦିତ୍ୟ ତ୍ରିପାଠୀ ) :  ଶନିବାର ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,କନ୍ଧମାଳ ଜିଲ୍ଲା, ଫୁଲବାଣୀ ନଗର କେଶବ ବସତିର ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ମନ୍ଦିର ନିକଟସ୍ଥ ସଭା ଗୃହ ଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ନଗର ଅନ୍ତର୍ଗତ ନୂଆସାହିର ଧର୍ମପରାୟଣ ବ୍ୟକ୍ତି ତଥା ତ୍ରୀଦେବ ମନ୍ଦିର କମିଟି ସଭାପତି ଶ୍ରୀଯୁକ୍ତ ସଭାଜନ ନାୟକ  ଯୋଗ ଦେଇଥିଲେ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ସେବା ପ୍ରମୁଖ ଶ୍ରୀମାନ ଶାନ୍ତୁନୁ କୁମାର୍ ମାଝୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସୁସଂଗଠିତ ହିନ୍ଦୁ ସମାଜ, ସାମାଜିକ ସମରସତା ଓ ରାଷ୍ଟ୍ରଭକ୍ତି ଉପରେ ମତ ରଖି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ପଞ୍ଚ ପରିବର୍ତ୍ତନ ମାଧ୍ୟମରେ ସମାଜ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିଲେ, ସେ ନିଜ ବକ୍ତବ୍ୟ ମାଧ୍ୟମରେ ପର୍ଯ୍ୟାବରଣର ସୁରକ୍ଷା, ବୃକ୍ଷରୋପଣ, ଜଳର ସଂରକ୍ଷଣ, ପଲିଥିନ୍ ମୁକ୍ତ ଗାଁ ବିଷୟରେ ଆଲୋକପାତ କରିଥିଲେ, ପଞ୍ଚ ପରିବର୍ତ୍ତନର ଦ୍ୱିତୀୟ ବିନ୍ଦୁ ବିଷୟରେ ସେ କହିଥିଲେ,ସମାଜରେ ସବୁ ବର୍ଗର ଲୋକ ସମାନ ଅଧିକାର ଓ ସମ୍ମାନ ପାଈବା ଆବଶ୍ୟକ l ଦୀର୍ଘଦିନରୁ ଚାଲି ଆସୁଥିବା ଜାତି ପ୍ରଥା କାରଣରୁ ହିନ୍ଦୁ ସମାଜ ଅସଂଗଠିତ ହୋଇଛି ଏବଂ ରାଷ୍ଟ୍ରବିରୋଧି ତତ୍ତ୍ୱ ଏହାର ସୁଯୋଗ ନେଇ ସମାଜକୁ ବିଭାଜନ କରୁଛନ୍ତି l ଏହାଦ୍ୱାରା ଆଗାମୀ ଦିନରେ ସମାଜ ବିଘଟନ ଶକ୍ତି ଅଧିକ ସକ୍ରିୟ ହେବେ ଏବଂ ଏହା ହିନ୍ଦୁ ସମାଜ ପାଇଁ ବିପଦର କାରଣ ହୋଇପାରେ, ଏଣୁ ଏ ଦିଗରେ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ ନିଜର ବକ୍ତବ୍ୟ ମାଧ୍ୟମରେ କହିଥିଲେ l ଭାରତୀୟ ଭାବରେ ନିଜର ବ୍ୟକ୍ତିଗତ ଜୀବନରେ ଭାରତୀୟ ଜିନିଷ ବ୍ୟବହାର କରିବା, ଭାରତୀୟ ଭାଷା ଓ ସଂସ୍କୃତିର ସଂରକ୍ଷଣ ତଥା ପାଳନ କରିବା,ଭାରତୀୟ ପରମ୍ପରା,ଭାରତୀୟ ଜ୍ଞାନକୌଶଳ ଏବଂ ଭାରତୀୟ ଜୀବନ ଶୈଳୀକୁ ନିଜର  ଦୈନନ୍ଦିନ ଜୀବନରେ ଆଚରଣରେ ଆଣିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରି କହିଥିଲେ l ଭାରତୀୟ ପରିବାର ବ୍ୟବସ୍ଥା ଉପରେ ଆଲୋକପାତ କରି ଶ୍ରୀମାନ ମାଝୀ କହିଥିଲେ ଯେ ଆମେ  ପରିବାରରେ ସାମୁହିକ ଭୋଜନ କରିବା ସହିତ, ଭାରତୀୟ ଖାଦ୍ୟ ପାନୀୟକୁ ଗୁରୁତ୍ୱଦେବା, ବିଦେଶୀ ତଥା ଆଧୁନିକ ଅସଭ୍ୟ  ବସ୍ତ୍ର ପରିତ୍ୟାଗ କରି ଭାରତୀୟ ବେଶଭୁଷାକୁ ଗୁରୁତ୍ୱ ଦେବା, ପରିବାରରେ ଭଜନ କିର୍ତ୍ତନ କରିବା ଏବଂ ବର୍ଷରେ ଥରେ ବିଭିନ୍ନ ତୀର୍ଥ କ୍ଷେତ୍ରକୁ ଭ୍ରମଣ ଉଦ୍ଧେଶ୍ୟରେ ଯିବା ଆବଶ୍ୟକ ବୋଲି ସେ କହିଥିଲେ, ଏହା ଦ୍ୱାରା ଆମ ସାଂସ୍କୃତିକ ମୁଲ୍ୟବୋଧ ଉଜ୍ଜିବିତ ରହିବା ସହିତ ଆଜିର ପଥଭ୍ରଷ୍ଟ ଯୁବ ସମାଜ ବିପଥଗାମୀ ହେବେ ନାହିଁ ବୋଲି ସେ ନିଜ ବକ୍ତବ୍ୟ ଶେଷରେ ମତବ୍ୟକ୍ତ କରିଥିଲେ l ମୋବାଇଲ୍ ବ୍ୟବହାରରେ ସଞ୍ଜମତା ରକ୍ଷା କରିବା ଓ ବିଶେଷ କରି ମାତୃଶକ୍ତି ଓ ଯୁବପିଢୀ ଏହି ଦିଗରେ ଯତ୍ନବାନ ହେବା ଆବଶ୍ୟକ ବୋଲି ଶ୍ରୀମାନ ମାଝୀ ମତବ୍ୟକ୍ତ କରିଥିଲେ l ମଜାଳିଆ ସ୍ୱଭାବରେ ସେ କହିଥିଲେ ଯେ, ମୋବାଇଲ୍ ହେଉଛି ଆଜିର ଯୁଗର ଆଧୁନିକ ବୁଢୀ ଅସୁରୁଣୀ ଏବଂ ଆମେ ନିଜ ପିଲା ଛୁଆଙ୍କୁ ଏହି ଅସୁରୁଣୀ କବଳରୁ ସୁରକ୍ଷା ଦେବା ଆବଶ୍ୟକ l ଭାରତର ନାଗରିକ ଭାବରେ ନିଜର ନାଗରିକ କର୍ତ୍ତବ୍ୟ ପାଳନ ଦୃଷ୍ଟିରୁ ଆମେ ସମସ୍ତେ ସଜାଗ ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ, ଏବଂ ବିଜୟା ଦଶମୀ ବିଷୟରେ ଉଦ‌ବୋଧନ ଦେଇଥିଲେ । ପଞ୍ଚ ପରିବର୍ତ୍ତନର ଉପରୋକ୍ତ ବିଷୟ ଗୁଡିକୁ ଆଗାମୀ ଦିନରେ ସଂଘ ତଥା ସଂଘର ସ୍ୱୟଂସେବକ ମାନେ ନିଜ ଜୀବନରେ ଉପଯୋଗ କରିବା ସହିତ, ଏ ସବି ବିଷୟକୁ ସମ୍ପୁର୍ଣ୍ଣ ସମାଜ ପର୍ଯ୍ୟନ୍ତ ପହଞ୍ଛାଇବାକୁ ହେବ ବୋଲି ସେ କହିଥିଲେ | ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କନ୍ଧମାଳ ଜିଲ୍ଲାର ଜିଲ୍ଲା ସଂଘଚାଳକ ମା. ରମେଶ ଚନ୍ଦ୍ର ସାହୁ ଯୋଗଦେଇଥିଲେ ଏବଂ ବସତି ପ୍ରମୁଖ ଶ୍ରୀଯୁକ୍ତ ଅଜିତ ପଟ୍ଟନାୟକ ବ୍ୟବସ୍ଥା ଓ ଟି.ଶିବା ପାତ୍ର ଅଧ୍ୟକ୍ଷତା କରିଥିଲେ

See More

Latest Photos