ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ହଜାର ଜୋରିମାନା

Total Views : 43
Zoom In Zoom Out Read Later Print

ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୫ ବର୍ଷିଆ ନାବାଳିକାର ଦୁଷ୍କର୍ମ ମାମଲାର ବିଚାର ୧୭ ଜଣ ସାକ୍ଷୀ ଡ଼ାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ରିତୀକ୍ ଦିଗାଲ୍ ୧୯ ବର୍ଷଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ହଜାର  ଜୋରିମାନା

ଫୁଲବାଣୀ(ଆଦିତ୍ୟ ତ୍ରିପାଠୀ) : ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୫ ବର୍ଷିଆ ନାବାଳିକାର ଦୁଷ୍କର୍ମ ମାମଲାର ବିଚାର ୧୭ ଜଣ ସାକ୍ଷୀ ଡ଼ାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ରିତୀକ୍ ଦିଗାଲ୍ ୧୯ ବର୍ଷଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୨ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାର ଙ୍କ ତରଫରୁ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ ।ସୁଚନା ଅନୁସାରେ ପିଡୀତା  ଏ.ଜେ.ଓ.ହାଇସ୍କୁଲ ଫୁଲବାଣୀରେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଅଭିଯୁକ୍ତ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ବିଭିନ୍ନ ସ୍ଥାନରେ ଅନେକ ଥର ରଖିଥିଲା।  ତାପରେ ତା ୨୧.୧୧.୨୦୨୪ ରିଖରେ ପିଡୀତାକୁ ବାଇକରେ ବସେଇ ଅଭିଯୁକ୍ତ ନିଜ ମାମୁଁ ଘରକୁ ନେଇ ଥିଲା ଏବଂ ଶାରିରୀକ ସମ୍ପର୍କ ରଖିଥିଲା। ପିଡୀତାର ପିତା ଝିଅ ଘରକୁନ ଫେରିବାରୁ ସବୁଆଡେ ଖୋଜାଖୋଜି କରି ନିରାଶ ହୋଇ ଫୁଲବାଣୀ ଟାଉନ୍ ଥାନାରେ ଲିଖିତ ଭାବେ ଅପହରଣ ମାମଲା ରୁଜୁ କରିଥିଲେ। ଥାନାଧିକାରୀ ଥାନା କେଶ୍ ନମ୍ବର -୨୫୯ /ତା ୨୧.୧୧.୨୦୨୪ ରିଖରେ ରେଜିଷ୍ଟ୍ରେସନ କରି ଏସ୍ ଆଇ ମନୋରଞ୍ଜନ ଭୋଇ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେ ମାମଲା ର ତଦନ୍ତ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଆଜି ତା ୨୭.୧୦.୨୦୨୫ ରିଖରେ ବିଚାରପତି ମହାଶୟ ଉକ୍ତ ରାୟ ପ୍ରକାଶ କରିଛନ୍ତି।
ପିଡୀତାକୁ କ୍ଷତି ପୂରଣ ବାବଦକୁ ଟ୫,୦୦,୦୦୦ଙ୍କା (ପାଞ୍ଚ ଲକ୍ଷ୍ୟ ଟଙ୍କା) ପ୍ରଦାନ କରିବା ପାଇଁ ଜିଲ୍ଲା ଲିଗାଲ୍ ଏଡଙ୍କୁ ନିର୍ଦ୍ଦେଶ ଦେଇଛନ୍ତି 

See More

Latest Photos