: କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ଉପକଣ୍ଠରେ ଥିବା ଧୋବାତୋଟା ଆଦର୍ଶ ବିଦ୍ୟାଳୟ ର ତୁଷାର ମିଶ୍ର ନାମକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର, ବିଦ୍ୟାଳୟ ର ନୋଟିସ୍ ବୋର୍ଡରେ ଲାଗିଥିବା ଗୋଟିଏ ପିନ୍ ଗିଳି ଦେବା ଫଳରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ ଘଟିଛି।
ବିଦ୍ୟାଳୟର ନୋଟିସ୍ ବୋର୍ଡ କଣ୍ଟା ଗିଳି, ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ
ବିଦ୍ୟାଳୟର ନୋଟିସ୍ ବୋର୍ଡ କଣ୍ଟା ଗିଳି, ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ
ଫୁଲବାଣୀ, ୨୭।୧୦(ଆଦିତ୍ୟ ତ୍ରିପାଠୀ ): କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ଉପକଣ୍ଠରେ ଥିବା ଧୋବାତୋଟା ଆଦର୍ଶ ବିଦ୍ୟାଳୟ ର ତୁଷାର ମିଶ୍ର ନାମକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର, ବିଦ୍ୟାଳୟ ର ନୋଟିସ୍ ବୋର୍ଡରେ ଲାଗିଥିବା ଗୋଟିଏ ପିନ୍ ଗିଳି ଦେବା ଫଳରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗତ ପ୍ରାୟ ଏକ ସପ୍ତାହ ପୂର୍ବେ ତୁଷାର ନୋଟିସ୍ ବୋର୍ଡ ର ଏକ ପିନ୍ କଣ୍ଟା ଆଣି ନିଜ ପାଟିରେ ରଖିଲା, ଏବଂ ଅନ୍ୟ ମନସ୍କ ହୋଇ କଣ୍ଟାଟିକୁ ଗିଳି ଦେଇଥିଲା। ଏହି ବାବଦରେ ସେ ତାଙ୍କ ଶିକ୍ଷକଙ୍କୁ ଜଣାଇବା ପରେ ଶିକ୍ଷକ ତା କଥାକୁ ଗୁରୁତ୍ବ ନ ଦେଇ, କିଛି ହେବନାହିଁ ପାଣି ପିଇ ଦେ ବୋଲି କହିଥିଲେ। ତୁଷାର ସବୁ ଦିନ ଭଳି ସ୍କୁଲ ଛୁଟି ପରେ ଘରକୁ ଆସି ଏହି ବିଷୟରେ ତାର ପରିବାର ଲୋକଙ୍କୁ ଜଣାଇଥିଲା। ପରିବାର ଲୋକେ ପ୍ରଥମେ ଫୁଲବାଣୀ ସ୍ଥିତ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସା ପାଇଁ ନେଇଥିଲେ ହେଲେ ଡାକ୍ତର ତାକୁ ବ୍ରହ୍ମପୁରକୁ ରେଫର କରିଥିଲେ । ବ୍ରହ୍ମପୁର ରେ ଡାକ୍ତରମାନେ ତାର ଅସ୍ତ୍ରୋପଚାର କରିଥିଲେ। ହେଲେ ପିନ୍ ଟି ତାର ଫୁସ୍ ଫୁସ୍ ପାଖରେ ଅଟକି ରହିଥିଲା। ଫଳରେ ଜଟିଳତା ଯୋଗୁଁ ତାର ଅସ୍ତ୍ରୋପଚାର ଅସଫଳ ହୋଇ ଛାତ୍ର ଜଣକ ପ୍ରଥମେ ପାରାଲିସିସ୍ ଏବଂ ପରେ କୋମାକୁ ଚାଲି ଯାଇଥିଲା। ଫଳରେ ପରିବାର ଲୋକେ ତାକୁ କଟକକୁ ନେଇଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପରିବା ଲୋକେ ପୂରୀ ସ୍ବର୍ଗଦ୍ବାରରେ ତାର ଅନ୍ତିମ ସଂସ୍କାର କରିଥିବା ଜଣା ପଡିଛି। ତେବେ ବିଦ୍ଯାଳୟ ରେ ଶିକ୍ଷକ ଜଣକ ଏହି ଘଟଣାକୁ ଗୁରୁତ୍ତର ସହ ନେଇ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ଆଣିଥିଲେ ତାକୁ ମୃତ୍ଯୁ ମୁଖରୁ ବଞ୍ଚାଇ ହୁଅନ୍ତା ବୋଲି ତାର ପରିବାର ଲୋକେ କହିଛନ୍ତି। ତୁଷାରର ଏହିଭଳି ମୃତ୍ୟୁରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତଥା ପରିବାରରେ ଶୋକର ଛାୟା ଖେଳିଯାଇଛି
English