ବ୍ରହ୍ମପୁର୧ ନମ୍ବର ୱାର୍ଡ , ଓ 2 ନମ୍ବର ୱାର୍ଡ ରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ
ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ
ବ୍ରହ୍ମପୁର :-(ଅନନ୍ତ ରାମ ପ୍ରଧାନ ) ହରିଡାଖଣ୍ଡି ସ୍ଥିତ ସକାଳେ ଶନି ମନ୍ଦିର ନିକଟରେ ଓ ସନ୍ଦ୍ୟା ରେ କାଳୀ ମନ୍ଦିରରେ ଠାରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନମନ୍ତ୍ରୀ ଙ୍କ ନେତୃତ୍ୱ ଓ ବିଜେପି ସରକାରଙ୍କ ଲୋକାଭିମୁଖୀ ଯୋଜନା ସାଙ୍ଗକୁ ବିଧା୍ୟକ କେ. ଅନୀଲ କୁମାରଙ୍କ ଜନହିତକ ର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସଭିଏଁ ଯୋଗ ଦେଇଥିବା କହିଛନ୍ତି l ବ୍ରହ୍ମପୁର ବିଧାୟକ ଉଭୟ ମିଶ୍ରଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା କର୍ମୀ ମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ସେ କହିଛନ୍ତି ଯେ -ଏଭଳି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ହାତ କୁ ସୃଦୃଡ଼ କରିବା ସହ ତୃଣମୂଳ ସ୍ତରକୁ ମଜୁଭୁତ କରିବା l ଏହି ଅବସରରେ ଅତିଥି ଭାବେ ବିଧାୟକ ପ୍ରତିନିଧି ଅଶୋକ ଶୁକ୍ଲା, ଯୁବ ନେତା ଅନୁପ ପଣ୍ଡା ବଦ୍ରି ନାୟକ, ସଞ୍ଜୟ ଜେନା ବିଜୟ ଚନ୍ଦ୍ର ସାମଲ, ଉଦ୍ଧବ ବିଷୋୟୀ, ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ କୁ 1ନମ୍ବର ୱାର୍ଡ ର ଜଗଦିଶ ରାଓ, ଓ 2 ନମ୍ବର ୱାର୍ଡ ର ଗୋପାଳକୃଷ୍ଠ ରଥ ଙ୍କ ନେତୃତ୍ୱ ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା
English