ବିଗତ ପାଞ୍ଚ ବର୍ଷର ତଥ୍ୟକୁ ଆକଳନ କରାଯାଇ ଜଙ୍ଗଲ ନିଆଁ ପ୍ରଶମନ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି
ନିରୀହ ବନ୍ୟଜନ୍ତୁଙ୍କ କଥା ଭାବି ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ : ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ବ୍ରହ୍ମପୁର
ବ୍ରହ୍ମପୁର{ଅନନ୍ତ ରମ ପ୍ରଧାନ ) ଗ୍ରୀଷ୍ମ ଋତୁ ଆସିଗଲାଣି ଉପନୀତ। ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଜଙ୍ଗଲରେ ନିଆଁକୁ ରୋକିବା ପାଇ ବ୍ରହ୍ମପୁର ବନ ମଣ୍ଡଳ ର ସତୋଟି ବନଖଣ୍ଡ ପକ୍ଷରୁ ସ୍ୱତନ୍ତ୍ର ପଦେକ୍ଷେପ ଗ୍ରହଣ କରାଯାଇଛି I ଏ ନେଇ ସୋମୋବାର ଦିନ ବନଖଣ୍ଡ କାର୍ଯ୍ୟାଳୟପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ବ୍ରହ୍ମପୁର ସର୍କଲ ବିଶ୍ଵନାଥ ନୀଳାନ୍ନଭର ରେ କହିଛନ୍ତି ଯେ ଜଙ୍ଗଲରେ ନିଆଁ ଲଗେଇଲେ ନିରୀହ ବନ୍ୟଜନ୍ତୁମାନେ ନାହିଁ ନ ଥିବା ସମସ୍ୟାରେ ସମ୍ମୁଖୀନ ହୁଅନ୍ତି। ବ୍ରହ୍ମପୁର ସର୍କଲରେ ସାତୋଟି ବନଖଣ୍ଡ ଅନ୍ତର୍ଭୁକ୍ତ। ଏହି ସବୁ ବନଖଣ୍ଡରେ ଓ ଜଙ୍ଗଲ ଆଖପାଖରେ ରହୁଥିବା ଜନସାଧାରଣଙ୍କୁ ନିଆଁ ନ ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ସୂଚନା ଯୋଗ୍ୟ ଯେ, ବିଗତ ପାଞ୍ଚ ବର୍ଷର ତଥ୍ୟକୁ ଆକଳନ କରାଯାଇ ଜଙ୍ଗଲ ନିଆଁ ପ୍ରଶମନ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଏହି ସାତୋଟି ଡିଭିଜନରେ ବିଗତ ପାଞ୍ଚ ବର୍ଷ ମଧ୍ୟରେ 7000 ରୁ ଉର୍ଦ୍ଧ୍ୱ ସ୍ଥାନରେ ନିଆଁ ଲାଗିଥିଲା। ସମୟାନ୍ତରରେ ଲୋକଙ୍କ ମଧ୍ୟରେ ସଚେତନତା ବଢୁଛି ଏବଂ ନିଆଁ ଲଗା କମୁଛି। କିନ୍ତୁ ଦୁଃଖର ବିଷୟ ଲୋକଙ୍କର ବହୁ ବର୍ଷର ନିଆଁ ଲଗା ଅଭ୍ୟାସକୁ ସମ୍ପୂର୍ଣ ବନ୍ଦ କରାଯାଇପାରୁନାହିଁ। ଚଳିତ ବର୍ଷ ସାତୋଟି ବନଖଣ୍ଡର 114 ସ୍ଥାନର ନିଆଁକୁ ପ୍ରଶମିତ କରାଯାଇସାରିଛି। ପୋଡୁ ଚାଷ ପାଇଁ ନିଆଁ ଲାଗେ। ଆଦିବାସୀ ସମ୍ପ୍ରଦାୟ ତଥା ଜଙ୍ଗଲ ନିକଟସ୍ଥ ଗ୍ରାମର ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଜରିଆରେ ଗ୍ରାମବାସୀଙ୍କୁ ନିଆଁ ନ ଲଗାଇବା ପାଇଁ ସେ ଅନୁରୋଧ କରିଛନ୍ତି । ବ୍ରହ୍ମପୁର ସର୍କଲର ଘଞ୍ଚ ଜଙ୍ଗଲରେ 6000 କିଲୋମିଟର ଫରେଷ୍ଟ ଫାୟାର ଲାଇନ ପ୍ରସ୍ତୁତି କରାଯାଇ ଲୋକକଳା, ବୈଠକ, ସାମାଜିକ ଗଣମାଧ୍ୟମ ଓ ଅନ୍ୟାନ୍ୟ ମାଧ୍ୟମରେ ଜନ ସଚେତନତାକୁ ବ୍ୟାପକ କରାଯାଇଛି । ଏହି ସାତୋଟି ବନଖଣ୍ଡ କର୍ମଚାରୀ, ବନ ସୁରକ୍ଷା ସମିତିର ସଦସ୍ୟଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଚଳିତ ବର୍ଷ ଜଙ୍ଗଲ ନିଆଁକୁ ତୁରନ୍ତ ପରାହତ କରିବା ପାଖାପାଖି 600ଟି ବ୍ରୋୟର, 42 ଟି ଯାନ, 408 ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ତା ସହିତ ସାତୋଟି ବନଖଣ୍ଡର କଣ୍ଟ୍ରୋଲ ରୁମର ଟେଲିଫୋନ ନମ୍ବର ଜାରି କରାଯାଇଛି। ଜଙ୍ଗଲରେ ନିଆଁ ଲାଗିଥିବା ଜାଣିବା କ୍ଷଣି ତୁରନ୍ତ ଜଣାଇବା ପାଇଁ ନାଗରିକମାନଙ୍କୁ ସଚେତନ କରିଛନ୍ତି।
ଜଙ୍ଗଲ ନିଆଁ ଲାଗିଲେ 24 ଘଣ୍ଟିଆ କଣ୍ଟ୍ରୋଲ
ରୁମ କୁ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ
ବ୍ରହ୍ମପୁର :-୦୬୮୦୨୨୮୧୩୫୪ ,
ବାଲିଗୁଡ଼ା:-୯୩୩୭୩୭୪୮୯୯,
ବୌଦ୍ଧ:- ୮୭୬୩୦୫୬୧୧୫
ଉତ୍ତର ଘୁମୁସର :-୭୬୫୬୦୬୫୨୦୦
ଦକ୍ଷିଣ ଘୁମୁସର:-୮୩୨୮୯୧୪୯୭୦
ଫୁଲବାଣୀ :-୯୪୩୯୧୦୮୬୦୬
ପାରଳାଖେମୁଣ୍ଡି:-୯୩୪୮୪୦୫୩୬୦
English