ଏସ୍ ୟୁ ସି ଆଇ ( କମ୍ୟୁନିଷ୍ଟ)ପାର୍ଟି କେନ୍ଦ୍ରୀୟ କମିଟି ତରଫରୁ ଇରାନ ଉପରେ ଇସ୍ରାଏଲର ଆକ୍ରମଣ ବିରୁଦ୍ଧରେ ଏକ ବିରୋଧ ପ୍ରଦର୍ଶନ ଅନୁଷ୍ଠିତ

Total Views : 10
Zoom In Zoom Out Read Later Print

ଇରାନ ଉପରେ ଇସ୍ରାଏଲର ବର୍ବର ଆକ୍ରମଣ ବିରୋଧରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ)ର ପ୍ରତିବାଦ ସଭା

 

ବ୍ରହ୍ମପୁର (ଅନନ୍ତ ରାମ ପ୍ରଧାନ )  ସାମ୍ରାଜ୍ୟବାଦୀ ଆମେରୀକାର ମଦତପୃଷ୍ଟ ଇସ୍ରାଏଲ ଦ୍ୱାରା ଇରାନ୍ ଉପରେ ନିଜର ପ୍ରତିରକ୍ଷାମୂଳକ ଆକ୍ରମଣ ନାମରେ ଆକ୍ରମଣ କରି ହଜାର ହଜାର ଇରାନ ବାସିଙ୍କୁ ହତ୍ୟାକରିବା ବିରୋଧରେ  ସାରା ଦେଶରେ ଏସ୍,ୟୁ.ସି.ଆଇ(କମୁ୍ୟନିଷ୍ଟ) କେନ୍ଦ୍ରୀୟ କମିଟି ଡାକରାରେ ପାଳିତ ହେଉଥିବା ପ୍ରତିବାଦ ଦିବସ ଉପଲକ୍ଷେ ସୋମବାର ଦିନ ବ୍ରହ୍ମପୁର କମାପଲ୍ଲୀ ଛକଠାରେ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହା ଉଲ୍ଲେଖ ଯୋଗ୍ୟ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ଗସ୍ତ କରି ଇସ୍ରାଏଲକୁ ସନ୍ତ୍ରାସବାଦର ବିରୋଧରେ ଧର୍ମ ଯୋଦ୍ଧା ବୋଲି ଆକ୍ଷାୟୀତ କରି ଠିକ ଫେରିବା ପରେ ଇସ୍ରାଏଲ୍ ଏହି ବର୍ବର ଆକ୍ରମଣ କରିଛି । ଇରାନର ସ୍କୁଲ ଉପରେ ଆକ୍ରମଣ ଫଳରେ ଶହ ଶହ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି  । ପ୍ରକାଶ ଥାଉକି ଇସ୍ରାଏଲ୍ ର ଏହି ଘୃଣ୍ୟ ଆକ୍ରମଣ ପଛରେ ସାମ୍ରାଜ୍ୟବାଦୀ ଆମେରୀକା ରହିଛି ଓ ସାରା ମଧ୍ୟ ପ୍ରାଚ୍ୟ ଓ ଲାଟିନ ଆମେରୀକାରେ ଥିବା ତୈଳ ସମ୍ପଦଗୁଡିକୁ ଦଖଲ କରିବା ହେଉଛି ତାର ଅସଲ ଉଦେଶ୍ୟ । ଆମେରୀକା ଏହା ପୂର୍ବରୁ ଇରାକ, ଲେବାନନ୍, ସିରିଆ, ପାଲେଷ୍ଟାଇନ୍, ଭେନେଜୁଏଲା ଆଦିଦେଶ ଉପରେ ଏହି ଭଳି ଘୃଣ୍ୟ ଆକ୍ରମଣ କରି ସେ ଦେଶ ଗୁଡିକୁ ଛାରଖାର କରିଛି ଓ ସେ ଦେଶର ଜନପ୍ରିୟ ନେତାମାନଙ୍କୁ ହତ୍ୟାକରିଛି । ଆଜି ଏହି ପ୍ରତିବାଦ ଦିବସ ଉପଲକ୍ଷେ ପାର୍ଟି ପକ୍ଷରୁ ଏହି ସାମ୍ରାଜ୍ୟବାଦୀ ଯୁଦ୍ଧ ବିରୁଦ୍ଧରେ ଦେଶେ ଦେଶେ ଯୁଦ୍ଧ ବିରୋଧି ଶାନ୍ତି ଆନ୍ଦୋଳନ ଗଢିତୋଳିବାକୁ ଆହ୍ୱାନ କରାଯାଇଛି ଓ ଯଥା ଶିଘ୍ର ଏହି ଘୃଣ୍ୟ ସାମରିକ କାର୍ଯ୍ୟନୁଷ୍ଠାନ ବନ୍ଦ କରିବା ଦୃଢ ଦାବି ଉପସ୍ଥାପନ କରାଯାଇଛି । ଭାରତ ସରକାର ଏହି ଘୃଣ୍ୟ ଯୁଦ୍ଧଖୋର ଶକ୍ତିମାନଙ୍କ ସଙ୍ଗେ ନିଜର ସମସ୍ତ କୁଟନୈତିକ ସମ୍ପର୍କ ଛିନ୍ନ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ଆଜିର ଏହି ପ୍ରତିବାଦ ସଭାରେ ଜିଲ୍ଲା ସମ୍ପାଦକ ସୋମନାଥ ବେହେରା  ବକ୍ତବ୍ୟ ରଖିଥିଲେ ନାରାୟଣ ସାହୁ,ପପୁନ ସାହୁ, କିସାନ ସାହୁ, କାମରାଜ ସାହୁ,ବିଭୁତି ସାହୁ,ଅନିଲ ସାହୁ, ବାମିଆ ଉଗ୍ରସାଣ୍ଡି ଆଦି ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

See More

Latest Photos