ବ୍ରହ୍ମପୁରରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଟିତ

Total Views : 31
Zoom In Zoom Out Read Later Print

ହିନ୍ଦୁ ସଙ୍ଗଠିତ ହେଲେ ବିଷ୍ପରେ ଭାରତ ବିଶ୍ୱ ଗୁରୁ ପାଲଟିବ

ବ୍ରହ୍ମପୁରରେ ବିଶାଳ ହିନ୍ଦୁ ସମ୍ମିଳନୀ
ହିନ୍ଦୁ ସଙ୍ଗଠିତ ହେଲେ ଭାରତ ବିଶ୍ୱ ଗୁରୁ ପାଲଟିବ

ବ୍ରହ୍ମପୁର, ୮।୩: ହିନ୍ଦୁ ଧର୍ମ ବା ସନାତନ ସଂସ୍କୃତିର ଜୟଗାନ ଏବେ ଧିରେ ଧିରେ ବିଶ୍ବସାରା ବ୍ୟାପିବାରେ ଲାଗିଛି। ସାମ୍ପ୍ରତିକ ଘଡ଼ିସନ୍ଧି ସମୟରେ ପାଶ୍ଚାତ୍ୟ ଲୋକ ଭାରତୀୟ ସଂସ୍କୃତି, ଏଠାକାର ଚଳଣି ଓ ଭାରତୀୟ ନେତୃତ୍ୱକୁ ଆଶାଭରା ଦୃଷ୍ଟିରେ ଚାହିଁ ରହିଛନ୍ତି। ଏଣୁ ହିନ୍ଦୁ ସମାଜ ସମ୍ପୂର୍ଣ୍ଣ ସଙ୍ଗଠିତ ଓ ସଶକ୍ତ ହେଲେ ଭାରତ ପୁଣି ଥରେ ବିଶ୍ବ ଗୁରୁ ପାଲଟିବ। ଦୁର୍ଭାଗ୍ୟଜନକ କଥା ହେଲା ବିଦେଶ କଥା ଛାଡ଼ନ୍ତୁ, ଆମ ଦେଶରେ ମଧ୍ୟ ଆମ ପରମ୍ପରା ଓ ଧାର୍ମିକ ବିଶ୍ୱାସ ଉପରେ କୁଠାରଘାତ କରିବାକୁ ବାରମ୍ବାର ପ୍ରୟାସ ଜାରି ରହିଛି। ରାଷ୍ଟ୍ର ବିରୋଧୀ ତତ୍ତ୍ବ ଆମ ଦେଶ ପ୍ରତି ବାହାର ଓ ଭିତର ପଟୁ ଅପସଂସ୍କୃତି, ଅରାଷ୍ଟ୍ରୀୟ, ଅନୈତିକ ଆକ୍ରମଣ କରି ଆସୁଛନ୍ତି। ଏହାର ମୁକାବିଲା କରିବା ପାଇଁ ଦେଶ ଭିତରେ ଓ ବାହାରେ ମଧ୍ୟ ହିନ୍ଦୁ ସମାଜକୁ ସଂଘବଦ୍ଧ ହେବାକୁ ପଡ଼ିବ ବୋଲି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ରବିବାର ଆୟୋଜିତ ବିଶାଳ ହିନ୍ଦୁ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ବିଶାଳ ହିନ୍ଦୁ ସମ୍ମିଳନୀର ଆୟୋଜନ କରାଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଘଟିଛି। ପ୍ରଥମେ ସାମୂହିକ ହନୁମାନ ଚାଳିଶା ପାଠ ଏବଂ ପରେ ଘୃତ ଯଜ୍ଞ ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପୂର୍ବାହ୍ଣ ୯ଟାରେ ସହରର ୪ ଦିଗ ଯଥା ଗୋସାଇଁନୂଆଗାଁ ଉତ୍ତରେଶ୍ଵର ମନ୍ଦିର, ନୀଳକଣ୍ଠେଶ୍ବର ମନ୍ଦିର, ଲୋଚାପଡା ଛକ ଓ ଆସିକା ରୋଡରୁ ୪ଟି ପଟୁଆର ବାହାରି ବିଶାଳ ହିନ୍ଦୁ ସମ୍ମିଳନୀ ସ୍ଥଳରେ ପହଞ୍ଚିଥିଲା। ଏଥିରେ ବାଇକ୍ ରାଲି, ସଂକୀର୍ତ୍ତନ ମଣ୍ଡଳୀ, ହିନ୍ଦୁ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଏଥିସହ  ଜିଲ୍ଲାର ବିଭିନ୍ନ ସ୍ଥାନରୁ କଳସ‌ଯାତ୍ରା,  ପାରମ୍ପରିକ ବାଦ୍ୟଯନ୍ତ୍ର ଏବଂ ଅନେକ ବେଶ ପଟୁଆର ସମ୍ବଳିତ ବହୁ ପୁରୁଷ ଓ ମହିଳା ଉତ୍ସାହର ସହ ଯୋଗ ଦେଇଥିଲେ। ପୂର୍ବାହ୍ଣ ୧୧ଟାରୁ ଜ୍ଞାନ ଯଜ୍ଞ ବା ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା। ବିଭିନ୍ନ ମଠ ମନ୍ଦିରର ପୂଜ୍ୟ ସାଧୁ ସନ୍ଥ, ମଠାଧୀଶମାନେ ଏହି ଭବ୍ୟ କାର୍ଯ୍ୟକ୍ରମରେ ମାର୍ଗଦର୍ଶନ କରିଥିଲେ। ମାଗଣା ସ୍ବାସ୍ଥ୍ୟ ଶିବିର, ପୁସ୍ତକ ଭଣ୍ଡାର ମଧ୍ଯ ଦେଖିବାକୁ ମିଳିଥିଲା। ଶେଷରେ ଅନ୍ନ ଯଜ୍ଞ ହୋଇଥିଲା।  ସମ୍ମିଳନୀରେ ସଭାପତିତ୍ବ କରିଥିଲେ ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଅଜିତ କୁମାର ମହାପାତ୍ର। ମୁଖ୍ୟ ଅତିଥି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପ୍ରାନ୍ତ ପ୍ରଚାର ପ୍ରମୁଖ ସୃଷ୍ଟିଧର ବିଶ୍ଵାଳ ହିନ୍ଦୁ ସମାଜ ଆଜିର ସାମ୍ପ୍ରତିକ ପରିସ୍ଥିତିରେ ଏକାଠି ରହିବା ଉପରେ ଗୁରୁତ୍ଵାରୋପ କରିଥିଲେ। ମୁଖ୍ୟ ବକ୍ତା ସ୍ବାମୀ ସୁଧାନନ୍ଦ ସରସ୍ବତୀ ବୈଦିକ ପରମ୍ପରା ଓ ଚଳଣି, ଶୁଦ୍ଧ ଓ ସାତ୍ତ୍ୱିକ ଜୀବନଯାପନ ବାବଦରେ ମାର୍ଗଦର୍ଶନ କରିଥିଲେ। 
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠାର ଶତାବ୍ଦୀ ଅବସରରେ ବିଭିନ୍ନ ସ୍ତରରେ ହିନ୍ଦୁ ସମ୍ମିଳନୀର ଆୟୋଜନ ପରେ ରବିବାର ଜିଲ୍ଲାସ୍ତରୀୟ ସମ୍ମିଳନୀ ହୋଇଥିଲା। ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସମେତ ବିଭିନ୍ନ ହିନ୍ଦୁ ଧାର୍ମିକ ଓ ଆଧ୍ୟାତ୍ମିକ ସଙ୍ଗଠନ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳ ରୂପେ ସମ୍ପନ୍ନ ହୋଇଛି।  ବିଶ୍ଵ ହିନ୍ଦୁ ପରିଷଦର ରମାକାନ୍ତ ରଥ, ଶ୍ରୀନିବାସ ଆଚାର୍ଯ୍ୟ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ। ଶେଷରେ  ସ୍ବାମୀ ସୁଧାନନ୍ଦ ସରସ୍ବତୀ . ସ୍ବାମୀ ଭାସ୍କର ତୀର୍ଥ. ମହନ୍ତ ଶ୍ରୀ ହରିହର ଦାସ ମହାରାଜ. ମହନ୍ତ ଶ୍ରୀ ଚିନ୍ମୟାନନ୍ଦ ଦାସ . ମହନ୍ତ ଶ୍ରୀ ରାମଶରଣ . ମହନ୍ତ ଶ୍ରୀ ଭକ୍ତଚରଣ ଦାସ . ସ୍ବାମୀ ହରିଶରଣାନନ୍ଦ ସରସ୍ବତୀ. ସ୍ବାମୀ ଅଖିଳାନନ୍ଦ ତୀର୍ଥ. ମହନ୍ତ ଶ୍ରୀ କାଶୀରାମ ଦା. ମହନ୍ତ ଶ୍ରୀ ନରସିଂହ ଦାସ . ସ୍ବାମୀ ରାମଦାସାନନ୍ଦ ସାରସ୍ବତ . ସ୍ବାମୀ ବିଦ୍ୟାନନ୍ଦ. ବାବା ଶ୍ରୀ ନରସିଂହ ଦାସ  ପ୍ରମୁଖ ସମ୍ମାନିତ  ହୋଇଥିଲେ 

See More

Latest Photos