ବ୍ରହ୍ମପୁର ରେ ନୂତନ ରାମରାଜ କଟନ ଶୋରୁମର ଉଦଘାଟିତ

Total Views : 250
Zoom In Zoom Out Read Later Print

ପ୍ରସିଦ୍ଧ ପାରମ୍ପରିକ ପୋଷାକ ବ୍ରାଣ୍ଡ ରାମରାଜ କଟନ୍ ର ନୂତନ ଶୋରୁମ ଶୁଭାରମ୍ଭ


ବ୍ରହ୍ମପୁର ରେ ନୂତନ ରାମରାଜ କଟନ ଶୋରୁମର  ଉଦଘାଟିତ 

ବ୍ରହ୍ମପୁର(ଅନନ୍ତ ରାମ ପ୍ରଧାନ ) ଅନ୍ନପୂର୍ଣ୍ଣା ମାର୍କେଟ୍ ସ୍କ୍ୱାର, ଅର୍ବନ ବ୍ୟାଙ୍କ ରୋଡ୍‌ ଠାରେ ଶୁକ୍ରବାର ଦିନ ପ୍ରସିଦ୍ଧ ପାରମ୍ପରିକ ପୋଷାକ ବ୍ରାଣ୍ଡ ରାମରାଜ କଟନ୍ ର ନୂତନ ଶୋରୁମ  ଉଦଘାଟନ ହୋଇଯାଇଛି।ଏହି  ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ ଶଳ୍ୟ ଚିକିତ୍ସକ ଡ୍ର . ରାଜେନ୍ଦ୍ର କୁମାର ସାହୁ ଏବଂ ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡ୍ର . ସୁଚିତ୍ରା କୁମାରୀ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୋରୁମର ଶୁଭ ଉଦ୍ଘାଟନ କରିଥିଲେ l ଏହି ଅବସରରେ ରାମରାଜ କଟନ୍ ର ଅଧ୍ୟକ୍ଷ କେ . ଆର . ନଗରଜାନ  ଏହା ପାରମ୍ପରିକ ଭାରତୀୟ ପୋଷାକ ସଂସ୍କୃତିକୁ ଆଗକୁ ନେବାର ଦୃଷ୍ଟିକୋଣ ବିଷୟରେ ମତ ପ୍ରକାଶ କରିଥିଲେ।ଶୋରୁମର ଫ୍ରାଞ୍ଚାଇଜି ମାଲିକ ବାଳକୃଷ୍ଣ ସାହୁ ଓ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ସାହୁ  ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଡାଇରେକ୍ଟର  ଅମରେଶ ସାହୁ ଓ ଅନୁରାଗ ପଣ୍ଡା ଏବଂ ସହରର ବହୁ ସମ୍ମାନୀୟ ବ୍ୟକ୍ତି, ଅତିଥି ଓ ଗ୍ରାହକମାନେ ଉପସ୍ଥିତ ଥିଲେ

See More

Latest Photos