ଜାତୀୟ ମହିଳା ଆୟୋଗ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁରଠାରେ ଜନଶୁଣାଣୀ ଶିବିର ଅନୁଷ୍ଠିତ

Total Views : 11
Zoom In Zoom Out Read Later Print

ଗଞ୍ଜାମ ଓ ଗଜପତି ଜିଲ୍ଲାର ୨୯ଗୋଟି ମୋକଦ୍ଦମା ଦାୟର ହୋଇଥିଲା

ଜାତୀୟ ମହିଳା ଆୟୋଗ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁରଠାରେ ଜନଶୁଣାଣୀ ଶିବିର ଅନୁଷ୍ଠିତ 

ବ୍ରହ୍ମପୁର (ଅନନ୍ତ ରାମ ପ୍ରଧାନ) ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସୋମବାର ଦିନ  ଜାତୀୟ ମହିଳା ଆୟୋଗ ଓ ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଆନୁକୁଲ୍ୟରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି l ଏହି ଜନଶୁଣାଣୀ ଶିବିରରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୨୯ଗୋଟି ମୋକଦ୍ଦମା ଦାୟର ହୋଇଥିଲା l ତନ୍ମମଧ୍ୟରୁ ଉଭୟ ଦଳ ପକ୍ଷରୁ ୮ଗୋଟି,ଏକ ପକ୍ଷ ୭ଗୋଟି ପିଟିସନ ଦାଖଲ କରିଥିବା ୭ଜଣ ଏବଂ ଅନ୍ୟ ଏକ ପକ୍ଷରୁ ୨ଜଣ ଏହିପରି ମୋଟ ୧୭ଗୋଟି ଦଳ ଉପସ୍ଥିତ ଥିଲେ l ସେଥିମଧ୍ୟରୁ ସହମତି କ୍ରମେ ୫ଗୋଟି କେସ ସମାଧାନ କରାଯାଇଥିବା ବେଳେ ୩ଗୋଟି ମୋକଦ୍ଦମା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରେରଣ କରାଯାଇଥିଲା l ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କୁ ୦୪ଟି କେସ ସମାଧାନ ପାଇଁ ପ୍ରେରଣ କରାଯାଇଥିଲା l ପରବର୍ତ୍ତି ଶୁଣାଣି ନିମନ୍ତେ ୫ଜଣ ଙ୍କୁ ନୋଟିସ ପ୍ରେରଣ କରାଯାଇଥିଲା।ଏଥି ସହିତ ନୂତନ ଭାବେ ୩ଟି କେସ ପଞ୍ଜୀକୃତ ହୋଇଥିଲା    ।
ଏହି ଜନ ଶୁଣାଣି ରେ ଓଡ଼ିଶା ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି,ସଭ୍ୟ ଶ୍ରୀମତୀ ମୁକ୍ତା ସାହୁ , ପରାମର୍ଶଦାତା ଶ୍ରୀମତୀ ବନ୍ଦନା ପଟ୍ଟନାୟକ ଓ ଶ୍ରୀମତୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହିଥିଲେ l

See More

Latest Photos