ବାଲାଜୀ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ସଫଳତା ବିଜ୍ଞାନ ରେ ଜ୍ୟୋତି ରାଣୀ କଳାରେ ଲିଜା ଟପ୍ପର
ବାଲାଜୀ ମହାବିଦ୍ୟାଳୟ ଯୁକ୍ତ 2 ବିଜ୍ଞାନ ରେ ପାସ ହlର 89 ପ୍ରତିଶତ ଓ କଳାରେ ପାସ ହାର 65 ପ୍ରତିଶତ
ବାଲାଜୀ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ସଫଳତା ବିଜ୍ଞାନ ରେ ଜ୍ୟୋତି ରାଣୀ କଳାରେ ଲିଜା ଟପ୍ପର l
ଚିକିଟି ;-(କୁରେଶୁ ଚନ୍ଦ୍ର ସାହୁ )
ଚିକିଟି ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମ ସ୍ଥିତ ଶ୍ରୀ ବାଲାଜୀ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି l ଯୁକ୍ତ 2 ବିଜ୍ଞାନ ରେ ପାସ ହlର 89 ପ୍ରତିଶତ ଓ କଳାରେ ପାସ ହାର 65 ପ୍ରତିଶତ ରହିଛି l ବିଜ୍ଞlନରେ ଛାତ୍ରୀ ଜ୍ୟୋତି ରାଣୀ ସାହୁ 548 ନମ୍ବର ରଖି ଟପ୍ପର ହୋଇଥିବା ବେଳେ କଳା ରେ ଲିଜା ଗୌଡ଼ 474ନମ୍ବର ରଖି ଟପ୍ପର ହୋଇଛନ୍ତି l ଜ୍ୟୋତି ରାଣୀ ସାହୁ ନୂଆପଡା ଗ୍ରାମସ୍ଥିତ ସରସ୍ବତୀ ଶିକ୍ଷା ଅନୁଷ୍ଠାନ ରେ କୋଚିଂ ନେଉଥିଲେ l ସରସ୍ବତୀ ଶିକ୍ଷା ଅନୁଷ୍ଠାନ ର ନିର୍ଦ୍ଧେଶକ ପ୍ରକାଶ ଚନ୍ଦ୍ର ସାହୁ ଜ୍ୟୋତି ଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା ପାଇଁ ତାଙ୍କ ବାପା ମା ଏବଂ ଅନୁଷ୍ଠାନ ର ଶିକ୍ଷୟିତ୍ରୀ ଶିକ୍ଷକ ଏବଂ କର୍ମ କର୍ତ୍ତା ମାନଙ୍କୁ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି l ସୂଚନା ଯୋଗ୍ୟ ବିଜ୍ଞାନ ରେ ସମୁଦାୟ 46 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟ ରୁ 25 ଜଣ ପ୍ରଥମ ଶ୍ରେଣୀ, 13ଜଣ ଦ୍ଵିତୀୟ ଶ୍ରେଣୀ, 3 ଜଣ ତୃତୀୟ ଶ୍ରେଣୀ ରେ ପାସ କରିଛନ୍ତି l ସେହିପରି ଯୁକ୍ତ 2 କଳାରେ ସମୁଦାୟ 238 ଜଣ ପରୀକ୍ଷlର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ 16 ଜଣ ପ୍ରଥମ ଶ୍ରେଣୀ, 23 ଜଣ ଦ୍ଵିତୀୟ ଶ୍ରେଣୀ, 118 ତୃତୀୟ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ 81 ଜଣ ଅକୃତ କାର୍ଯ୍ୟ ହୋଇଛନ୍ତି l ଏହି ସଫଳତା କୁ ନେଇ ଅଭିଭାବକ ଓ ଅଞ୍ଚଳବାସୀ ଙ୍କ ମନରେ ଉଛାହ ସୃଷ୍ଟି ହୋଇଛି i
English