ଡ଼ା. ତିରୁପତି ସାହୁ ଙ୍କୁ ଜାତୀୟ କଳା ରତ୍ନରେ ବିଭୁଷିତ
ଜାତୀୟ କଳା ରତ୍ନ' ସମ୍ମାନରେ ବିଭୁଷିତ
ଡ଼ା. ତିରୁପତି ସାହୁ ଜାତୀୟ କଳା ରତ୍ନରେ ବିଭୁଷିତ
ବ୍ରହ୍ମପୁର, : ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ପୁରୀ ଗ୍ରାଣ୍ଡ ରୋଡ଼ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ପ୍ରେକ୍ଷାଳୟ ପରିସରରେ ନିଖିଳ ଉତ୍କଳ କଳାନିକେତନର ଦୁଇ ଦିନିଆ ନବମ ରାଷ୍ଟ୍ରୀୟ ନାଟକ ଓ ନୃତ୍ୟ ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ 'ଜାତୀୟ କଳା ରତ୍ନ' ସମ୍ମାନରେ ବିଭୁଷିତ। ପ୍ରଥିତଯଶା ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ରାଜଗୋପାଳ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରାକ୍ତନ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ପ୍ରଶାସକ ଅଧିକାରୀ ପଦ୍ମନାଭ ପଣ୍ଡା ମୂଖ୍ୟ ଅତିଥି, ଉଦଘାଟକ ଡ଼ା. ତିରୁପତି ସାହୁ, ବରିଷ୍ଠ ସାରସ୍ୱତ ସାଧକ ଇଂ. ଯାମିନୀ କାନ୍ତ ଦାସ ମୂଖ୍ୟ ବକ୍ତା ଏବଂ ଗାନ୍ଧିବାଦୀ ଫୋରମ ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଶ୍ୱଜିତ ସୂର୍ଯ୍ୟବଂଶୀ ଓ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ପ୍ରାକ୍ତନ ଅଧିକାରୀ ପ୍ରସନ୍ନ କୁମାର ହୋତା ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ଭାବେ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହିତ ଆମ ନୃତ୍ୟ, ସଙ୍ଗୀତ ଓ ନାଟକ କିଭଳି ଜଗନ୍ନାଥ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡିତ ସେ ସମ୍ପର୍କରେ ସମ୍ୟକ ସିଂହାବଲୋକନ କରି ଆମ ଜୀବନ ଯାତ୍ରାରେ ତାହାର ପ୍ରତିଫଳନ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ଅନୁଷ୍ଠାନ ପକ୍ଷରୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, ନାଟ୍ୟକାର ଯୁଧିଷ୍ଠିର ଭଞ୍ଜ ସାମନ୍ତ, ସ୍ଵରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, କଣ୍ଠଶିଳ୍ପୀ ପ୍ରିୟଦର୍ଶୀ ପାଳ ଓ ଯୁଶୁଫ ଖାନ୍, ଅଭିନେତା ଦୀପକ କୁମାର ସାହୁ ପ୍ରମୁଖଙ୍କୁ ଉପଢୌକନ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା। ଏହି ଅବସରରେ କେତେକ ନୃତ୍ୟଗୁରୁଙ୍କୁ ସମ୍ମାନ ପ୍ରଦାନ ସହ ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିଳ୍ପୀମାନଙ୍କୁ ପ୍ରମାଣପତ୍ର ଓ ସ୍ମାରକୀ ଫଳକ ପ୍ରଦାନ କରାଯାଇଥିଲା। ଆୟୋଜକ ସଂସ୍ଥା ପ୍ରମୁଖ ବିଶ୍ୱମ୍ଭର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଭାଗ୍ୟବତୀ ସାହୁ, ମଧୁସ୍ମିତା ସାହୁ ପ୍ରମୁଖ ଅନ୍ୟାନ୍ୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ନୃତ୍ୟାନୁଷ୍ଠାନର ଶିଳ୍ପୀମାନଙ୍କ ଓଡିଶୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବିଶେଷ ଆକୃଷ୍ଠ କରିଥିଲେ।
English