ବ୍ରାହ୍ମଣଙ୍କ ବେଦ ଧ୍ବନିରେ ପ୍ରକମ୍ପିତ ହେଲା ମହେନ୍ଦ୍ରଗିରି

Total Views : 5
Zoom In Zoom Out Read Later Print

କଳସ ଶୋଭାଯାତ୍ରା ସହ ଆରମ୍ଭ ହେଲା ମହେନ୍ଦ୍ର ମେଳା



ପାରଳାଖେମୁଣ୍ଡି - ପବିତ୍ର ପୁରୁଷୋତ୍ତମ ମାସ ଅବସରରେ ପୌରାଣିକ ଓ ଆଧ୍ୟାତ୍ମିକ ପୀଠ ମହେନ୍ଦ୍ରଗିରିରେ ସୋମବାର ଭବ୍ୟ ଭାବେ ଆରମ୍ଭ ହୋଇଛି ମହେନ୍ଦ୍ର ମେଳା। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ, ବେଦ ମନ୍ତ୍ରୋଚ୍ଚାରଣ, ଶଙ୍ଖଧ୍ୱନି ଓ ହରିନାମ ସଙ୍କୀର୍ତ୍ତନରେ ସମଗ୍ର ମହେନ୍ଦ୍ରଗିରି ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଛି। ମେଳାର ଶୁଭାରମ୍ଭ ଅବସରରେ ଦଶ ହଜାରରୁ ଅଧିକ ମହିଳା ପର୍ଶୁରାମ କୁଣ୍ଡରୁ ପବିତ୍ର ଜଳ ଆଣି ବିରାଟ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପାରମ୍ପରିକ ପୋଷାକ ପରିଧାନ କରି ମହିଳାମାନେ ଭଜନ ଓ ଧାର୍ମିକ ସଙ୍ଗୀତ ମଧ୍ୟରେ ମହେନ୍ଦ୍ର ଶିଖର ଅଭିମୁଖେ ଯାତ୍ରା କରିଥିଲେ। ଭକ୍ତି ଓ ଆଧ୍ୟାତ୍ମିକତାର ଏହି ଅଦ୍ଭୁତ ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଶିଖରରେ ପହଞ୍ଚିବା ପରେ ବୈଦିକ ରୀତିନୀତି ଅନୁସାରେ ମହେନ୍ଦ୍ର ମେଳାର ଶୁଭାରମ୍ଭ କରାଯାଇଥିଲା। ଆସନ୍ତାକାଲିଠାରୁ ବିଧି ଅନୁସାରେ ମହାଯଜ୍ଞ ଆରମ୍ଭ ହେବ। ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସାଧୁ-ସନ୍ଥ, ଧର୍ମଗୁରୁ ଓ ବେଦପଣ୍ଡିତ ମହେନ୍ଦ୍ରଗିରିରେ ପହଞ୍ଚିଛନ୍ତି। ଯଜ୍ଞ, ପ୍ରବଚନ, ଧାର୍ମିକ ସଭା, ଭଜନ-କୀର୍ତ୍ତନ ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ଆଗାମୀ ୯ ଦିନ ଧରି ମହେନ୍ଦ୍ରଗିରି ଭକ୍ତି, ସଂସ୍କୃତି ଓ ଆଧ୍ୟାତ୍ମିକତାର ମହାକେନ୍ଦ୍ର ପାଲଟିବ। ପ୍ରଥମ ଥର ପାଇଁ ମହେନ୍ଦ୍ର ଶିଖରରେ ଏପରି ବ୍ୟାପକ ଓ ଭବ୍ୟ ଆୟୋଜନ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ମହେନ୍ଦ୍ର ମେଳାକୁ ନେଇ ସମଗ୍ର ଗଜପତି ଜିଲ୍ଲାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁବିଧା, ସୁରକ୍ଷା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଯାତାୟାତ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

See More

Latest Photos