କାଳବୈଶାଖୀ ବର୍ଷାରେ ବଜ୍ରପାତ ଘଟି ଚାରିଜଣ ମହିଳାଙ୍କ ଆହତ

Total Views : 7
Zoom In Zoom Out Read Later Print

ବଜ୍ରପାତରେ ଚାରିଜଣ ମହିଳା ଆହତ;ଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ବଜ୍ରପାତରେ ଚାରିଜଣ ମହିଳା ଆହତ;ଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି 

ପାରଳାଖେମୁଣ୍ଡି, ୧/୬  : ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନୁସିଂ ପଞ୍ଚାୟତ ଅଧିନସ୍ଥ ତଲାଜିଙ୍ଗ ଓ କାମୁଣ୍ଡା ଅଞ୍ଚଳରେ ସୋମବାର ଅପରାହ୍ନରେ ୩ଟା ସମୟରେ ହୋଇଥିବା କାଳବୈଶାଖୀ ବର୍ଷାରେ ବଜ୍ରପାତ ଘଟି ଚାରିଜଣ ମହିଳାଙ୍କ ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ଆହତଙ୍କ କହିବା ଅନୁସାରେ ହଠାତ୍ ପାଗ ବଦଳିବା ସହ ଘଡ଼ଘଡ଼ି ଓ ବଜ୍ରପାତ ହୋଇଥିଲା। ନିଜ ଘରର ରୋଷେଇ ଘର ଭିତରେ ଚାରିଜଣ ମହିଳା ଯୁସଲିତା ମଣ୍ଡଳ, ରିବିକା ଶବର, ମନିକା ମଣ୍ଡଳ ଓ ଜୁସ୍ପା ମଣ୍ଡଳ ବଜ୍ରଘାତର ଶିକାର ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ଖବର ପାଇ ସାହି ବାସିନ୍ଦା ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ।ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦମୁକ୍ତ ଥିବା ଜଣାପଡ଼ିଛି। ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ବର୍ଷା ଋତୁରେ ବଜ୍ରପାତରୁ ସତର୍କ ରହିବା ଓ ଖୋଲା ସ୍ଥାନରେ ଆଶ୍ରୟ ନ ନେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି

See More

Latest Photos