ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

Total Views : 131
Zoom In Zoom Out Read Later Print

ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇ,ମାନବ ଜନ୍ମର ସାର୍ଥକ

ପୁରପଲ୍ଲୀରୁ ଆରମ୍ଭ କରି ଦିଲ୍ଲୀ ଯାଏଁ ସମଗ୍ର ଭାରତ ବର୍ଷରେ ୮୦ତମ ସ୍ୱାଧୀନତା ଦିବସ ଆଜି ପାଳନ କରାଯାଉଛି। ଏହି ଅବସର ରେ ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ସ୍ଥାନୀୟ ସୁବାରାଓ ଛକ ଠାରେ ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ଙ୍କ ତତ୍ୱାବଧାନରେ ସ୍ଵାଧୀନତା ଦିବସ ଏବଂ ପତାକା ଉତ୍ତୋଳନ କାର୍ଯ୍ଯକ୍ରମ ମହା ସମାରୋହରେ ପାଳନ କରାଯାଇଥିଲା। ଉକ୍ତ ଉତ୍ସବରେ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଶ୍ରୀ ସଂଜିତ୍ କୁମାର ପାଣିଗ୍ରାହୀ ଏବଂ ସମ୍ମାନୀତ ଅତିଥି ଭାବେ ଶ୍ରୀ ଲକ୍ଷ୍ମୀପ୍ରାସାଦ ପଟ୍ଟନାୟକ (ଅବସରପ୍ରାପ୍ତ A.R.T.O.) ,ଶ୍ରୀ ସନ୍ତୋଷ କୁମାର ମହାନ୍ତି(ବରିଷ୍ଠ ଆଇନଜୀବୀ),ଶ୍ରୀ ମୁରଲୀ ମୋହନ ଆଚାର୍ଯ୍ୟ (ଅବସରପ୍ରାପ୍ତ F.C.I officer) ଯୋଗଦାନ କରିଥିଲେ । ହିଂସା, ଦ୍ୱେଷ, ପରଶ୍ରୀକାତରତା ଭୁଲି ଶକ୍ତିଶାଳୀ ରାଷ୍ଟ୍ର ଗଠନ ରେ ସମସ୍ତେ ଯୋଗୋଦାନ କରିବା ସହ ମାତୃଭୂମି ର ସେବା କରିବାକୁ ଆହ୍ବାନ ଦେଇଥିଲେ । ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ସମାଜ ମଙ୍ଗଳ କାର୍ଯ୍ଯକ୍ରମ ଓ ଦେଶ ମାତୃକାର ସେବା ପାଇଁ କାହ୍ନା ଚାରିଟେବୁଲ ଟ୍ରଷ୍ଟ ସହ ଯୋଡ଼ି ହେବାକୁ ଛାତ୍ର ସମାଜ, ଯୁବକ ସମାଜ ଓ ବୁଦ୍ଧିଜିବୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ । ଏକତା ଭିତରେ ଅନେକତା ଏଵଂ ଅନେକତା ଭିତରେ ଏକତା, ସମଗ୍ର ଭାରତ ବାସୀଙ୍କ ବୈଶିଷ୍ଟତା। ଏହାକୁ ପାଥେୟ କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇ,ମାନବ ଜନ୍ମର ସାର୍ଥକ ଲଭିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା । ଟ୍ରଷ୍ଟର ବହୁ ସଦସ୍ୟ /ସଦସ୍ୟା ଯଥା ଶ୍ରୀ ରବୀନ୍ଦ୍ର ନାଥ ମିଶ୍ର, ତରୁଣ କୁମାର ପାଢ଼ୀ,ଅଶୋକ କୁମାର ମହାପାତ୍ର, ମନୋରଞ୍ଜନ ଚୌଧୁରୀ,ଅଶୋକ ଜେନା,ସନ୍ତୋଷ କୁମାର ପାଣିଗ୍ରାହୀ , ଭେଙ୍କଟ ରମଣ ସୁବୁଦ୍ଧି, କେ.ଗୁରୁମୂର୍ତ୍ତି, ସନ୍ତୋଷ କୁମାର ପଣ୍ଡା,ପ୍ରଦୀପ କୁମାର ସେଠୀ, ଶ୍ରୀମତୀ ଇନ୍ଦିରା ପଟ୍ଟନାୟକ, ସୁଜାତା ମହାପାତ୍ର, ରାଗିଣୀ ଶାହା, ରିୟା ଶାହା, ରିତାଞ୍ଜଳି ସ୍ୱାଇଁ,ମିନାକ୍ଷୀ ରଥ, ରୋନାଲି ପାଣଗ୍ରାହୀ, ପ୍ରମୁଖ ଯୋଗଦାନ କରି କାର୍ଯ୍ଯକ୍ରମ ସଫଳତାରେ ସହଯୋଗ କରିଥିଲେ।
ପରିଶେଷରେ ପଥଚାରୀ ମାନଙ୍କୁ ମିଠା ଓ ଚକୋଲେଟ ବଣ୍ଟନ କରାଯାଇଥିଲା। ତତ୍ ସଙ୍ଗେ ସଙ୍ଗେ କିଛି ବୃଦ୍ଧ, ବୃଦ୍ଧା ମାନଙ୍କୁ ଗାମୁଛା ବଣ୍ଟନ କରାଯାଇଥିଲା । ସ୍ଥାନୀୟ ସୁବାରଓ ଛକ ରେ ଉପସ୍ଥିତ ବୁଦ୍ଧିଜିବୀ ମହଲରେ କାହ୍ନା ଚାରିଟେବୁଲ ଟ୍ରଷ୍ଟ ର ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଂଶସା କରାଯାଇଥିଲା ।

See More

Latest Photos