ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗୋସାଇଁନୂଆଗାଁ, ତରଫରୁ ୮୦ ତମ ସ୍ଵାଧୀନତା ଦିବସ ମହାଆଡ଼ମ୍ବରେ ପାଳିତ

Total Views : 6
Zoom In Zoom Out Read Later Print

କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ

ଶନିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗୋସାଇଁନୂଆଗାଁ, ବ୍ରହ୍ମପୁର, ଗଞ୍ଜାମ ଠାରେ ୮୦ ତମ ସ୍ଵାଧୀନତା ଦିବସ ମହାଆଡ଼ମ୍ବରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ନାରାୟଣ ପଣ୍ଡା  ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ସୁବେଦାର ଶ୍ରୀଯୁକ୍ତ  ଅଜୟ କୁମାର ପାଣିଗ୍ରାହୀ ମହୋଦୟ ଯୋଗଦାନ କରି ନିଜ ଅନୁଭୂତିରୁ ଅନେକ ପ୍ରେରଣାଦାୟୀ ଭାଷଣ ପ୍ରଦାନ କରିଥିଲେ । ଉକ୍ତ ସଭାରେ ବିଦ୍ୟାଳୟର ସଂପାଦକ ମାନ୍ୟ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପାତ୍ର ମାର୍ଗଦର୍ଶନ କରିଥିବା ବେଳେ ସଭାପତି ମାନ୍ୟ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ ମହୋଦୟ ଆଶୀର୍ବଚ଼ନ ପ୍ରଦାନ କରିଥିଲେ । ଏହି ଅବସରରେ ପରିଚାଳନା ସମିତିର ସଦସ୍ୟ ବୃନ୍ଦ ମାନ୍ୟ ଶ୍ରୀ ଦଣ୍ଡପାଣି ସାହୁ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଢୀ , ଶ୍ରୀ ଭଗବାନ ସାହୁ , ଶ୍ରୀ ଭାଗିରଥି ସାହୁ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ବିଦ୍ୟାଳୟର ସହ ପ୍ରଧାନାଚାର୍ଯ୍ୟ ମାନ୍ୟ ଶ୍ରୀ ପତିତପାବନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

See More

Latest Photos