ନିମଖଣ୍ଡିରେ ନୂତନ ଥାନା ନିମନ୍ତେ 3 କୋଟି 50 ଲକ୍ଷ ମଂଜୁର।

Total Views : 23
Zoom In Zoom Out Read Later Print

ନିମଖଣ୍ଡି ପଞ୍ଚାୟତ ତରଫରୁ ଦୀର୍ଘ ଦିନ ଧରି ଦାବି ପୂରଣ

ନିମଖଣ୍ଡିରେ ନୂତନ ଥାନା ନିମନ୍ତେ  3 କୋଟି 50 ଲକ୍ଷ ମଂଜୁର।

 କୁକୁଡାଖଣ୍ଡି (  ଲଷ୍ମୀ ରଥ)  ନିମଖଣ୍ଡି ଥାନାର ନିଜସ୍ୱ କୋଠା ନିର୍ମାଣ ନିମନ୍ତେ 3 କୋଟି 50 ଲକ୍ଷ ଟଙ୍କା ମଞ୍ଜୁରୀ କୁ ସ୍ୱାଗତ କଲେ ଗ୍ରାମ ବାସି। ବ୍ରହ୍ମପୁର ପାର୍ଶ୍ୱବର୍ତ୍ତୀ ପଞ୍ଚାୟତ ରେ ବୃଦ୍ଧି ପାଉଥିବା ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ଓ ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ନିମଖଣ୍ଡି ଆଉଟ୍ ପୋଷ୍ଟ କୁ ଫୁଲ୍ ଫ୍ଲେଜ୍ ପୋଲିସ ଥାନା ରେ ପରିଣତ କରିବା ପାଇଁ ନିମଖଣ୍ଡି ପଞ୍ଚାୟତ ତରଫରୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା।ସେହି ଦାବି କୁ ସମ୍ମାନ ଜଣାଇ ତତ୍କାଳୀନ ରାଜ୍ୟ ସରକାର ତାକୁ ଥାନା ରେ ପରିଣତ କରିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ଥାନାର ନିଜସ୍ୱ କୋଠା ନିର୍ମାଣ ସକାଶେ ନିଦ୍ଧିଷ୍ଟ ଅବଧି ମଧ୍ୟରେ ଜମି ଚିହ୍ନଟ କରି ଯୋଗାଇବାରେ ବିଫଳ ହେବାରୁ ସେତେବେଳେ ଏଥି ନିମନ୍ତେ ଅନୁମୋଦନ ଅର୍ଥ ରାଶି ଫେରି ଯାଇଥିଲା। ତେଣୁ କିଛି ଦିନ ପାଇଁ ଖାଜା ସାହିରେ ଥିବା ମହିଳା ଥାନାର ପୁରୁଣା କୋଠାରେ ନିମଖଣ୍ଡି ଥାନା ଆଜି ପର୍ୟ୍ୟନ୍ତ କାର୍ଯ୍ୟ କରୁ ଆସୁଅଛି। ଫଳରେ ଯେଉଁ ଉଦ୍ଧେଶ୍ୟ ଓ ଲକ୍ଷ୍ୟ ନେଇ ଏହି ଥାନା ସୃଷ୍ଟି କରଯାଇଥିଲା ତାହା ବିଳମ୍ୱରେ ହେଲେ ମଧ୍ୟ ଏବେ ପୁଣି ରାଜ୍ୟ ସରକାର ନିମଖଣ୍ଡି ଥାନା ର ନିଜସ୍ୱ ବିଲ୍ଡିଂ ନିର୍ମାଣ ପାଇଁ 3 କୋଟି 50 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଥାନାର ନିଜସ୍ୱ କୋଠା ନିମଖଣ୍ଡି ବୋରିଗାଁ ରାସ୍ତା ପାର୍ଶ୍ୱରେ ଥିବା ଇଲେକ୍ଟ୍ରିକ ସବ୍ ଷ୍ଟେସନ ନିକଟରେ ଚିହ୍ନିତ ହୋଇଥିବା ସରକାରୀ ଜାଗାରେ ନିର୍ମାଣ ହେବାକୁ ସ୍ଥିର ହୋଇଥିବା ନିମଖଣ୍ଡି ଥାନା ଆଇଆଇସି ଖବରକୁ ପ୍ରକାଶ କରିଛନ୍ତି।
  ଏଥିପାଇଁ ରାଜ୍ୟ ସରକାର, ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସ୍ଥାନୀୟ ପ୍ରଶାସନ କୁ ନିମଖଣ୍ଡି ଗ୍ରାମବାସୀ ଏବଂ ଆଖ ପାଖ ଅଂଚଳର ପଂଚାୟତ  ଲୋକମାନେ ଆନ୍ତରିକ ଧନ୍ୟବାଦ ଜଣାଇଛୁନ୍ତି।
ନିଜସ୍ୱ ବିଲ୍ଡିଂ ହେଲେ ଅଞ୍ଚଳର ଆଇନ ଶୃଙ୍ଖଳା ଆହୁରି ସୁଦୃଢ଼ ହେବ ଏବଂ ସାଧାରଣ ଜନତା ଠିକ୍ ସମୟରେ ପୋଲିସ ସେବା ପାଇପାରିବେ ବୋଲି ଗ୍ରାମ ବାସି ଆଶା ପ୍ରକାଶ କରୁଛନ୍ତି।

See More

Latest Photos