୪୭ତମ ସ୍ଵନକ୍ଷତ୍ର ଦିବସ ମହାଆଡମ୍ବରରେ ପାଳିତ
ନୂଆପଡା ଶ୍ରୀ ବାଲାଜୀ ମହାବିଦ୍ୟାଳୟର ୪୭ତମ ସ୍ଵନକ୍ଷତ୍ର ଦିବସ ପାଳିତ
ନୂଆପଡା ଶ୍ରୀ ବାଲାଜୀ ମହାବିଦ୍ୟାଳୟର ୪୭ତମ ସ୍ଵନକ୍ଷତ୍ର ଦିବସ ପାଳିତ
ଚିକିଟୀ--(କୁରେଶୁ ସାହୁ) ଚିକିଟୀ ବ୍ଲକ ଅନ୍ତର୍ଗତ ନୂଆପଡା ଶ୍ରୀ ବାଲାଜୀ ମହାବିଦ୍ୟାଳୟରେ ୪୭ତମ ସ୍ଵନକ୍ଷତ୍ର ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଚିକିଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ମିଶ୍ର ଯୋଗଦେଇ କହିଲେ ଛାତ୍ର ଜୀବନର ଶୃଙ୍ଖଳା ହିଁ ଛାତ୍ର ଜୀବନ ର ଆଦର୍ଶ, ଛାତ୍ର ଜୀବନରେ ନିଷ୍ଠା ଓ ସତମାର୍ଗ ରେ ଦିବା ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀ ନିଜ ଉଧେଶ୍ୟ ରଖି ଆଗକୁ ବଢିଲେ ଗୋଟିଏ ଭଲ ମଣିଷ ହୋଇପାରିବା ସହ ଚିନ୍ତା କରିଥିବା ଆଦର୍ଶ ରେ ଆଗକୁଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବା ପ୍ରକାଶ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପାଣିଗ୍ରାହୀ ଦୁର୍ଗା ପ୍ରାସାଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ସେ ଜୀବନର ଆଦର୍ଶ ମାର୍ଗରେ ଯିବା ପାଇଁ ପରାମର୍ଶ ଦେଇଥିଲେ। ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ପଟ୍ଟନାୟକ ବାର୍ଷିକ ବିବରଣୀ ପଠନ କରିବା ସହ ତାଙ୍କ ଅଧ୍ୟକ୍ଷ ସମୟରେ ହୋଇଥିବା ଅନେକ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ ଓ ପ୍ରଶାସନିକ ଅଧିକାରୀ ଅୟସକାନ୍ତି ମହାନ୍ତି ମଞ୍ଚାସିନ ହୋଇ ଜୀବନଶୈଳୀ ଓ ଆଦର୍ଶ ମାର୍ଗ ବାଛି ଆଗକୁ ବଢିବା ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ୪୭ ବର୍ଷରେ ପାଦ ଥାପିଥିବା ମହାବିଦ୍ୟାଳୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଅନେକ ଟିପ୍ପଣୀ ଉପସ୍ଥିତ ବକ୍ତାମାନେ ନିଜ ବକ୍ତବ୍ୟ ମାଧ୍ୟମରେ ବର୍ଣ୍ଣନା କରିଥିଲେ।
ଜିଲ୍ଲା ସ୍ତରରୁ ପ୍ରକୃତି ମିତ୍ର ପୁରସ୍କାରରେ ପୁରସ୍କୃତ ହୋଇଥିବା ସରୋଜ କୁମାର ଦାସ ଙ୍କୁ ସମସ୍ତେ ପ୍ରଶଂସା କରିବା ସହ ଗତ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବରିଷ୍ଠ ଦଲିଲ ଲେଖକ ତଥା ସମାଜସେବୀ ପି. ଶିବନାରାୟଣ ପାତ୍ର ଗତ ଶିକ୍ଷାବର୍ଷରେ କଳା ଓ ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ପରିଶେଷରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀଙ୍କ ସହଯୋଗରେ ମହାଆଡମ୍ବରରେ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି।
English