ସଞ୍ଜୟ ଗାନ୍ଧୀ କଲୋନୀରେ ଘଟିଥିବା ବଡ଼ ଧରଣର ଚୋରି ଘଟଣାରେ ପୁଲିସ ଦ୍ୱିତୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି

Total Views : 4
Zoom In Zoom Out Read Later Print

୧ ଲକ୍ଷ ୫୦ ହଜାର ଟଙ୍କା ନଗଦ ଜବତ

ସଞ୍ଜୟ ଗାନ୍ଧୀ କଲୋନୀରେ ଘଟିଥିବା
ବଡ଼ ଧରଣର ଚୋରି ଘଟଣାରେ ପୁଲିସ  ଦ୍ୱିତୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି

ପାରଳାଖେମୁଣ୍ଡି - ସଞ୍ଜୟ ଗାନ୍ଧୀ କଲୋନୀରେ ଘଟିଥିବା ବଡ଼ ଧରଣର ଘରଭଙ୍ଗା ଚୋରି ଘଟଣାରେ ପାରଳାଖେମୁଣ୍ଡି ପୁଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦ୍ୱିତୀୟ ଅଭିଯୁକ୍ତ ଭାବେ ସଞ୍ଜୟ ଗାନ୍ଧୀ କଲୋନୀର ମଲଗାମୁ ଗଣପତି (୨୩)ଙ୍କୁ ଆଜି ଗିରଫ କରାଯାଇଛି। ତାଙ୍କଠାରୁ ଚୋରି ସମ୍ପତ୍ତି ସମ୍ପର୍କିତ ଆଉ ୧ ଲକ୍ଷ ୫୦ ହଜାର ଟଙ୍କା ନଗଦ ଜବତ ହୋଇଛି। ଏ ସମ୍ପର୍କରେ ମଡେଲ ଥାନା ପାରଳାଖେମୁଣ୍ଡି କେସ୍ ନଂ. ୩୨୭, ତା. ୦୮.୦୮.୨୦୨୬, ଦଫା ୩୩୧(୪)/୩୦୫(ଏ)/୩(୫) ବିଏନ୍‌ଏସ୍‌ରେ ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ ବେଳେ ପୂର୍ବରୁ ସର୍ବସୁଧି କୁମାର ସ୍ୱାମୀ (୩୦)ଙ୍କୁ କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଅଞ୍ଚଳରୁ ଗିରଫ କରାଯାଇଥିଲା। ତାଙ୍କଠାରୁ ସୁନା ଅଳଙ୍କାର, ରୁପା ସାମଗ୍ରୀ, ନଗଦ ଓ ଚୋରି ସାମଗ୍ରୀ ବିକ୍ରିରୁ ମିଳିଥିବା ଟଙ୍କା ଏବଂ ଗୋଟିଏ ମୋବାଇଲ ଫୋନ୍ ସମେତ ମୋଟ ପ୍ରାୟ ୧୪ ଲକ୍ଷ ୭୬ ହଜାର ୫୦୦ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା। ଦ୍ୱିତୀୟ ଅଭିଯୁକ୍ତ ମଲଗାମୁ ଗଣପତିଙ୍କୁ ଗିରଫ କରିବା ପରେ ତାଙ୍କଠାରୁ ଆଉ ୧ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି। ଏହାକୁ ମିଶାଇ ଏହି ମାମଲାରେ ଏପର୍ଯ୍ୟନ୍ତ ଉଦ୍ଧାର ଓ ଜବତ ସମ୍ପତ୍ତିର ମୋଟ ମୂଲ୍ୟ ପ୍ରାୟ ୧୬ ଲକ୍ଷ ୨୬ ହଜାର ୫୦୦ ଟଙ୍କାରେ ପହଞ୍ଚିଛି। ଗିରଫ ଅଭିଯୁକ୍ତଙ୍କୁ ଅଦାଲତକୁ ଚାଲାଣ କରାଯାଉଥିବା ବେଳେ ବଳକା ଚୋରି ସମ୍ପତ୍ତି ଉଦ୍ଧାର ସହ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସର ତଦନ୍ତ ଜାରି ରହିଛି।

See More

Latest Photos