ସଂପାଦକ ପ୍ରଫୁଲ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ
ଭଗବତ୍ ଗାଦିର ପୁନରୁଦ୍ଧାର ସକାଶେ ବୈଠକ ଅନୁଷ୍ଠିତ
ଭଗବତ୍ ଗାଦିର ପୁନରୁଦ୍ଧାର ସକାଶେ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆସିକା: ଆସିକା ବିନାୟକ ବଜାର ସ୍ଥିତ ଭଗବତ୍ ଗାଦି ମଠର ପ୍ରାଙ୍ଗଣରେ ଭଗବତ୍ ଗାଦିର ସଂପାଦକ ପ୍ରଫୁଲ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ଅନୁଷ୍ଠିତ ହୋଈଥିଲା ଏହି ବୈଠକରେ ଭଗବତ୍ ଗାଦିର ପୁନରୁଦ୍ଧାର, ରକ୍ଷଣାବେକ୍ଷଣ ଦୀର୍ଘ ବର୍ଷ ଧରି ଭଗବତ୍ ଗାଦି ଜାଗାରେ ପାନ ଦୋକାନ କରିଥବା ଦୋକାନୀ ବାଲା ଉପରେ ଆଲୋଚନା ହେଈଥିଲା ଏଥିରେ ଯୋଗ ଦେଇଥିଲେ ଭଗବତ୍ ଗାଦିର ସଭାପତି ଅଭିମନ୍ୟୁ ସେଠୀ, ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବୀ ତଥା ସାମ୍ବାଦିକ ଅନୀଲ କୁମାର ପାଣିଗ୍ରାହୀ,୨୫.୧୧.୧୯୯୭ ଠାରୁ ଆଜି ପର୍ଯ୍ୟନ୍ତ ବ୍ରଜଗୋପିକା ସେବା ମିଶନର ସଭାପତି ତଥା ଭଗବତ୍ ଗାଦିର ରକ୍ଷଣାବେକ୍ଷଣ ଦାୟୀତ୍ୱ ସମ୍ପାଦନା କରି ଆସୁଥିବା ବି.ଦୀନବନ୍ଧୁ ପାତ୍ର, ରମେଶ ଚନ୍ଦ୍ର ତ୍ରିପାଠୀ,ମଙ୍ଗୁଳୁ ସ୍ୱାଇଁ,ଧୋବା ଗୌଡ, ପ୍ରସାଦ, ଦୂର୍ଗା ପ୍ରସାଦ ଗନ୍ତାୟତ,ଏସ.ଶେଶ ଗିରୀ,ଅମିତା ମିଶ୍ର,ଏମ୍.ଶାରଦା , ସନ୍ତୋଷିନୀ ପଣ୍ଡା,ମନସ୍ପିନୀ ବେହେରା,ୟୁ.କସ୍ତୁରୀ ଦୋରା, ରାଜଲକ୍ଷ୍ମୀ ମହାରଣା, ଉର୍ମିଳା ବେହେରା ଏମ୍.ଶିବ ଲିଙ୍ଗମ, ଏବଂ ବହୁ ସଂଖ୍ୟାରେ ସତସଙ୍ଗୀ ଭାଈ ଓ ଭଉଣୀ ମାନେ ଯୋଗ ଦେଇଥିଲେ। ପରିଶେଷରେ ଭଗବତ୍ ଗାଦିର ସଭାପତି ଅଭିମନ୍ୟୁ ସେଠୀ ଏବଂ ବ୍ରଜଗୋପିକା ସେବା ମିଶନ ର ସଭାପତି ତଥା ୨୯ ବର୍ଷ ହେଲା ଭଗବତ୍ ଗାଦିର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ବି.ଦୀନବନ୍ଧୁ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
English