ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୋସାଇଁନୂଆଗାଁ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ବ୍ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଟିତ ।

Total Views : 636
Zoom In Zoom Out Read Later Print

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନମେଳା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ଏହିମେଳାରେ ପ୍ରାୟ ୧୫୦ ବିଜ୍ଞାନ ପ୍ରକଳ୍ପ ଏବଂ ୧୦୦ଟି ଗଣିତ ପ୍ରକଳ୍ପକୁ ନେଇ ପରିବେଷଣ କରିଥିଲେ

, ଗୋସାଇଁନୂଆଗାଁ ଠାରେ ଶନିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନମେଳା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ବିଜ୍ଞାନ ମେଳାରେ ବିଦ୍ୟାଳୟର ସଭାପତି ମାନନୀୟ ପ୍ରଦୀପକୁମାର ଦାଶ ମହୋଦୟ ଅଧ୍ୟକ୍ଷତା କରି କୁନି ବୈଜ୍ଞାନିକମାନଙ୍କୁ ଆଶୀର୍ବଚ଼ନ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ (ବାଲିପଡ଼ା)  କିରଣ ମିଶ୍ର  ମହୋଦୟ ଉପସ୍ଥିତ ରହି ସମାଜକୁ ବିଜ୍ଞାନର ଅବଦାନ ସମ୍ପର୍କରେ ଅବଗତ କରାଇଥିଲେ। ବିଦ୍ୟାଳୟର ସଂପାଦକ ମାନନୀୟ ପ୍ରକାଶ ଚନ୍ଦ୍ର ପାତ୍ର ମହୋଦୟ କୁନି ବୈଜ୍ଞାନକ ମାନଙ୍କୁ ଦୁର୍ଲଙ୍ଘ୍ୟ ପ୍ରାଚୀରକୁ ଲଙ୍ଘନ କରିବାର ମହା ଉପାୟ ବତାଇଥିଲେ। ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ମାନନୀୟ ଶ୍ରୀଯୁକ୍ତ ନାରାୟଣ ପଣ୍ଡା ମହୋଦୟ ସର୍ବ ବ୍ୟବସ୍ଥାକୁ ତ୍ଵରାନ୍ଵିତ କରିଥିଲେ। ବିଦ୍ୟାଳୟର ସହ ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ପତିତ ପାବନ ଶତପଥୀ ମହୋଦୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଜ୍ଞାନ ବିଜ୍ଞାନ ମେଳାରେ ବିଭିନ୍ନ ସ୍ଥାନରୁ ବିଜ୍ଞାନ ଶିକ୍ଷକମାନେ ଉପସ୍ଥିତ ରହି ଜ୍ଞାନ ବିଜ୍ଞାନରେ ଭାଗନେଇଥିବା ଶିଶୁ ଭାଇ ଭଉଣୀଙ୍କୁ ଉତ୍ସାହିତ କରିଥିଲେ। ଏହି ମେଳାରେ ପ୍ରାୟ ୧୫୦ ବିଜ୍ଞାନ ପ୍ରକଳ୍ପ ଏବଂ ୧୦୦ଟି ଗଣିତ ପ୍ରକଳ୍ପକୁ ନେଇ ଶିଶୁ ଭାଇଭଉଣୀ ମାନେ ବିଜ୍ଞାନ ମେଳାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏତଦ୍ ବ୍ୟତୀତ ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ, କଥାକଥନ, ପତ୍ର ବାଚ଼ନ, ଗଣିତ ଓ ବିଜ୍ଞାନ ପ୍ରୟୋଗ ଇତ୍ୟାଦିରେ ଅନେକ ଶିଶୁ ଭାଇ ଭଉଣୀ ଭାଗ ନେଇଥିଲେ । ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଗୁରୁଜୀ ଶ୍ରୀଯୁକ୍ତ ଅସୀମ କୁମାର ବେବର୍ତ୍ତା ମହାପାତ୍ର ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ସମସ୍ତ ଗୁରୁଜୀ/ଗୁରୁମା ଓ ଶିଶୁ ଭାଇ ଭଉଣୀ ମାନେ ଉପସ୍ଥିତ ରହି ସହୋଯୋଗ 

See More

Latest Photos