ଆନ୍ତର୍ଜାତୀୟ ସମ୍ମାନ ସ୍ପନ୍ଦନ ଫାଉଣ୍ଡେସନ୍ ଟ୍ରଷ୍ଟ

Total Views : 231
Zoom In Zoom Out Read Later Print

ସ୍ପନ୍ଦନ ଫାଉଣ୍ଡେସନ୍ ଟ୍ରଷ୍ଟ କୁ ଇନଫ୍ଲୁଏନ୍ସର ବୁକ ଅଫ ୱାଲ୍ଡ ରେକର୍ଡସ୍ ପକ୍ଷରୁ “ରାଇଜୀଙ୍ଗ ଇନ୍ଫ୍ଲୁ ଏନ୍ସର୍– ସିନସିୟର୍ ଏଣ୍ଡ ଟ୍ରଷ୍ଟ ୱର୍ଥି ସର୍ଭିସ୍ ଟୁ ହ୍ୟୁମାନିଟି” ପୁରସ୍କାରରେ ସମ୍ମାନିତ

ସ୍ପନ୍ଦନ ଫାଉଣ୍ଡେସନ୍ ଟ୍ରଷ୍ଟକୁ “ରାଇଜିଙ୍ଗ ଇନ୍ଫ୍ଲୁଏନ୍ସର” ସମ୍ମାନ 

ବ୍ରହ୍ମପୁର, ଅ
 ସ୍ପନ୍ଦନ ଫାଉଣ୍ଡେସନ୍ ଟ୍ରଷ୍ଟ କୁ ଇନଫ୍ଲୁଏନ୍ସର ବୁକ ଅଫ ୱାଲ୍ଡ ରେକର୍ଡସ୍ ପକ୍ଷରୁ “ରାଇଜୀଙ୍ଗ ଇନ୍ଫ୍ଲୁ ଏନ୍ସର୍– ସିନସିୟର୍ ଏଣ୍ଡ ଟ୍ରଷ୍ଟ ୱର୍ଥି ସର୍ଭିସ୍ ଟୁ ହ୍ୟୁମାନିଟି” ପୁରସ୍କାରରେ ସମ୍ମାନିତ କରାଯାଇଛି ।ରାଜସ୍ଥାନର ଜୟପୁର ସହରରେ ଆୟୋଜିତ ଏହି  ସମାରୋହରେ ଦେଶର ବିଭିନ୍ନ ସମାଜସେବୀ, ବିଶ୍ୱରେକର୍ଡ୍ ହୋଲ୍ଡର୍, ପରିବର୍ତ୍ତନକାରୀ  ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ। ସ୍ପନ୍ଦନ ଫାଉଣ୍ଡେସନ୍ ପକ୍ଷରୁ ଏହି ସମ୍ମାନକୁ ଗ୍ରହଣ କରିଥିଲେ  ସସ୍ମିତା ସାହୁ ।ସ୍ପନ୍ଦନର ଯାତ୍ରା ୨୦୨୩ରେ ୨୦୦ ଜଣ ସହାନୁଭୂତିଶୀଳ ସଦସ୍ୟଙ୍କ ସଙ୍କଳ୍ପ ସହିତ ଆରମ୍ଭ ହୋଇଥିବା ସ୍ପନ୍ଦନ ଫାଉଣ୍ଡେସନ୍ ଆଜି ଶିକ୍ଷା, ସ୍ୱାସ୍ଥ୍ୟସେବା, ପୋଷଣ, ନାରୀ ସଶକ୍ତିକରଣ, ବୃଦ୍ଧସେବା, ପରିବେଶ ସୁରକ୍ଷା, ପରିସ୍କାରତା ଅଭିଯାନ ଓ ବଞ୍ଚିତମାନଙ୍କ ପାଇଁ ମାନବିକ ସହାୟତା କ୍ଷେତ୍ରରେ ସମର୍ପିତ ଭାବରେ କାମ କରୁଛି ବୋଲି ସମ୍ମାନ ପ୍ରାପ୍ତିରେ ଅନୁଭବ ପୁରସ୍କାର ଗ୍ରହଣ ପରେ ସସ୍ମିତା ସାହୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କହିଲେ ଯେ 
“ଏହି ସମ୍ମାନ କେବଳ ଗୌରବ ନୁହେଁ, ଏହା ଆମ ପାଇଁ ଏକ ଦାୟିତ୍ୱ। ଏହା ଆମକୁ ଆଗାମୀ ଦିନରେ ଆହୁରି ଅଧିକ ଶ୍ରଦ୍ଧା ଓ ସମର୍ପଣ ସହିତ ମାନବତା ସେବାରେ ପ୍ରେରିତ କରିବ। ସ୍ପନ୍ଦନ ସମାଜରେ ଆଶା ଓ ସକାରାତ୍ମକ ପରିବର୍ତ୍ତନ ବିସ୍ତାର କରିବାରେ ସଦା ସଙ୍କଳ୍ପବଦ୍ଧ।”ନେତୃତ୍ୱ ଓ ସଦସ୍ୟତା ସଂସ୍ଥାର ସ୍ଥାପକ ଓ ଅଧ୍ୟକ୍ଷ  ଦିଲ୍ଲିପ କୁମାର ମହାପାତ୍ର ଓ ବୋର୍ଡ୍ ସଦସ୍ୟମାନଙ୍କ ମଧ୍ୟରେ ସୀମା ଚୌଧୁରୀ, ବାଳକୃଷ୍ଣ ସମନ୍ତରାୟ, ମନୋରଞ୍ଜନ ପଣ୍ଡା, ଭୀକାରୀ ନାୟକ, ଏଲ୍. ରାଜା, ଅନ୍ତର୍ଜ୍ୟାମୀ ପାତ୍ର, ପ୍ରଶାନ୍ତ ସାହୁ, ପୁଷ୍ପାଞ୍ଜଳି ମହାପାତ୍ର, ସୌରଭ ରଥ, ମନୋଜ କୁମାର ସାହୁ ସହିତ ଅନ୍ୟମାନେ ସକ୍ରିୟ ରହିଥିବା ଏଠାରେ କୁହାଯାଇଥିଲା।ଓଡିଶା ପାଇଁ ଗର୍ବ  ମିଳିଥିବା ଏହି ଆନ୍ତର୍ଜାତୀୟ ସମ୍ମାନ ସ୍ପନ୍ଦନ ଫାଉଣ୍ଡେସନ୍ ଟ୍ରଷ୍ଟ ପାଇଁ ଏକ ମାଇଲ ଷ୍ଟୋନ୍ ହୋଇଥିବା ସହିତ ସମଗ୍ର ଓଡିଶା ପାଇଁ ଗର୍ବର କାରଣ ହୋଇଛି ବୋଲି ସ୍ପନ୍ଦନ ପକ୍ଷରୁ କୁହାଯାଇଥିଲା 

See More

Latest Photos