ଗୋଠ ଗାଁର ଟେକ ରଖିଲେ ଗରୀବ ପୁଅ ବିରେନ୍ ପ୍ରଧାନ

Total Views : 9
Zoom In Zoom Out Read Later Print

ଡାକ୍ତର ହେବି ଲୋକଙ୍କ ସେବା କରିବି ,ବିରେନ

ଗୋଠ ଗାଁର ଟେକ ରଖିଲେ ଗରୀବ ପୁଅ ବିରେନ୍ ପ୍ରଧାନ 
ପାତ୍ରପୁର: ସାରା ରାଜ୍ୟରେ ଯୁକ୍ତ ଦୁଈ ପରୀକ୍ଷା ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା ହୋଈ ଯାଈଛି। ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ ଖରଣୀପଡା ପଞ୍ଚାୟତ ଅନ୍ତର୍ଗତ ଗୋଠ ଗାଁ ଗ୍ରାମର ପିତା ବାହନ ପ୍ରଧାନ,ମାତା ସୂର୍ଯ୍ୟ ଲତା ପ୍ରଧାନ ଙ୍କ ସୁନାମଧନ୍ୟ ସୁଯୋଗ୍ୟ ସନ୍ତାନ ଏକ ଦିନ ମଜୁରିଆ ପରିବାରରେ ଜନ୍ମ କରିଥିଲେ ବିରେନ୍ ପ୍ରଧାନ।ଖରଣୀପଡା ସ୍ଥିତ ଗୋପିନାଥ ବିଦ୍ୟା ପିଠିରେ ଦଶମ ଶ୍ରେଣୀରେ କୃତିତ୍ୱ ସହ ଉତ୍ତୀର୍ଣ୍ଣ ହୋଈ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ସ୍ଥିତ ଘେରେଇ କଲେଜ ରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିଲେ। ଆଜି ଯୁକ୍ତ ଦୁଇ ବିଜ୍ଞାନର ଫଳାଫଳ ପ୍ରକାଶ ପାଇଥିଲା ୬୦୦ ରୁ ୫୯୬ ମାର୍କ ରଖି କୃତିତ୍ୱ ଅର୍ଜନ କରିଛନ୍ତି।ଏହି ସଫଳତା ପାଇଁ ଗୁରୁମା ଗୁରୁଜୀ ପରିବାରର ବାପା,ମାଁ,ଙ୍କୁ ଶ୍ରେୟ ଦେଇଛନ୍ତି। ସାଧାରଣ ଦିନ ମଜୁରିଆ ପରିବାରରୁ ଆସି ଶିର୍ଷ ସ୍ଥାନ ଅଧିକାର କରି ଥିବାରୁ ସ୍ଥାନୀୟ ଅଞ୍ଚଳର ପ୍ରଧାନ ସମାଜର କ୍ରମକର୍ତ୍ତ ଓ   ବହୁ ବୁଦ୍ଧିଜୀବୀ ଙ୍କ ପ୍ରଶଂସାର ସୁଅ ଛୁଟୁଛି ବିରେନ୍ କହିଛନ୍ତି ମୁଁ ବଡହୋଈ ଡାକ୍ତର ହେବି ଲୋକଙ୍କ ସେବା କରିବି ବୋଲି ମତ ପ୍ରକାଶ କରିଛନ୍ତି।

See More

Latest Photos