ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ହବା ପାଇଁ ଲକ୍ଷ ରଖିଥିଲେ ,ସ୍ନିଗ୍ଧା ସେନାପତି

Total Views : 8
Zoom In Zoom Out Read Later Print

ଆସିକା ମାଟିର ଗୌରବ ସ୍ନିଗ୍ଧା ସେନାପତି ଓସିଏସ ପରୀକ୍ଷାରେ ସଫଳତା

ଆସିକା ମାଟିର ଗୌରବ ସ୍ନିଗ୍ଧା ସେନାପତି ଓସିଏସ ପରୀକ୍ଷାରେ ସଫଳତା ହାସଲ କଲେ।
ଆସିକା : ଆସିକା ମାଟି ପାଈଁ ଗୌରବ ଆଣିଛନ୍ତି ଆସିକା ପୈ।ରପରିଷଦ ୫ ନମ୍ବର ଓ୍ବାର୍ଡ ର ହାଟପଦା ଅଞ୍ଚଳର ବହୁ ପୁରାତନ ପରିବା ବ୍ୟବସାୟୀ ସ୍ୱର୍ଗତ ଏମ୍.ଲକ୍ଷ୍ମଣ ସେନାପତି ଙ୍କ ବଡ଼ ନାତୁଣୀ ଏବଂ ଆସିକା ଅଞ୍ଚଳର ଜଣାଶୁଣା ସୁନାମଧନ୍ୟ,କ୍ରୀଡ଼ା ପ୍ରେମୀ ସମାଜସେବୀ,ନଗର ବିଜେଡି ସଭାପତି ଏମ.ତାରିଣୀ ସେନାପତି, ଆସିକା ର ପୂର୍ବତନ କାଉନସିଲର ଏମ୍.ରଶ୍ମିତା ସେନାପତି ଙ୍କ ସୁକନ୍ୟା ପିଲା ଦିନରୁ ଶାନ୍ତ,ଶିଷ୍ଟ ସରଳ ଓ ମେଧାବୀ ଛାତ୍ରୀ ଏମ୍.ସ୍ନିଗ୍ଧା ସେନାପତି ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ୨୦୨୪ ବର୍ଷର ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ପରୀକ୍ଷାର ଫଳାଫଳ ପ୍ରକାଶ ପାଈଛି ଏହି ପରୀକ୍ଷା ରେ ୬୩ ତମ ସ୍ଥାନ ଅଧିକାର କରି ଆସିକା ପାଇଁ ଗର୍ବ ଆଉ ଗୌରବ ଆଣିଛନ୍ତି। ଆସିକା ଅଞ୍ଚଳର ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନ କରି ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।ପରେ ସେ ବ୍ରହ୍ମପୁର  ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଯୁକ୍ତ ଦୁଈ ପାଠ୍ୟକ୍ରମ ଅଧ୍ୟୟନ କରିବା ପରେ ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ରେ ବି.ଟେକ ଏବଂ ଏମ.ଟେକ ପାଠପଢ଼ା ସାରି ଥିଲେ।ପିଲା ଦିନରୁ ତାଙ୍କର ଲକ୍ଷ ଥିଲା ଓଡ଼ିଶା ସରକାରଙ୍କ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ହବା ପାଇଁ ଲକ୍ଷ ରଖିଥିଲେ। ତାଙ୍କର ପିଲା ଦିନର ସ୍ୱପ୍ନ ଆଜି ସାକାର ହୋଈଛି। ସ୍ନିଗ୍ଧା ସେନାପତି ଏହି ସଫଳତା ପଛରେ ବାପା ଏମ.ତାରିଣୀ ସେନାପତି,ମାଁ ଏମ୍.ରଶ୍ମିତା ସେନାପତି ସମେତ ସମସ୍ତ ଗୁରୁମା,ଗୁରୁଜୀ,ଗୁରଜନ ଏବଂ ପରିବାରର ସମସ୍ତ ଶୁଭେଚ୍ଛୁ ଙ୍କୁ ଏହି ଶ୍ରେୟ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ସେ ଭାରତୀୟ ପ୍ରଶାସନିକ ଅଧିକାରୀ ହୋଈ ସାଧାରଣ ଜନତା ଙ୍କ ସୁଖ ଦୁଃଖ ରେ ସାମିଲ ହୋଈ ସେବା କରିବି ବୋଲି ସେ କହିଛନ୍ତି। ଖବର ପ୍ରସାରଣ ହବା ପରେ ବିଭିନ୍ନ ମହଲ ସାଙ୍ଗସାଥି ବନ୍ଧୁ ବାନ୍ଧବ ଶୁଭେଚ୍ଛାର ସୁଅ ଛୁଟିଛି।ସେ କହିଛନ୍ତି ମୋ ବାପା,ମାଁ ଙ୍କ ଅକ୍ଳାନ୍ତ ପରିଶ୍ରମ ନିଷ୍ଠା ମୋ ଗୁରଜନ ମାନଙ୍କ ଆଶ୍ରୀବାଦ ଆଜି ସଫଳତାର ଶିର୍ଷ ସ୍ଥାନ ରେ ପହଞ୍ଚାଇଛି। ଆସିକା ର ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ, ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଗଞ୍ଜାମ ଜିଲ୍ଲା ବିଜୁଜନତା ଦଳର ସଭାପତି ବରିଷ୍ଠ ବିଜେଡି ନେତା ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ତଥା ଆଈନଜିବୀ ଦିଲୀପ କୁମାର ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ କାନ୍ତ ପରିଡ଼ା,ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମଲ୍ଲିକ, ଅନୀଲ କୁମାର ନାୟକ, ପ୍ରଶ୍ନ କୁମାର ତ୍ରିପାଠୀ, ସନ୍ତୋଷ କୁମାର ନାୟକ, କୈଳାସ ଚନ୍ଦ୍ର ପ୍ରଧାନ, ଜୟରାମ ସ୍ୱାଇଁ, ସନ୍ତୋଷ କୁମାର ପୋଲାଈ,ଶିବ ପ୍ରସାଦ ଶତପଥୀ,ଅନଙ୍ଗ ସ୍ୱାଇଁ, କାଉନସିଲର ନିଗମାନନ୍ଦ ରାଉତ,ବିଜେପି ନଗର ମଣ୍ଡଳ ସଭାପତି ଭିକି ପାତ୍ର,ସାମ୍ବାଦିକ ପ୍ରଫୁଲ ଚନ୍ଦ୍ର ବେହେରା ଏମ.ସ୍ନିଗ୍ଧା ସେନାପତି ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

See More

Latest Photos