ଋଷ ଉକ୍ରେନ ଯୁଦ୍ଧରେ ବଳି ପଡିଲେ ମାଧବନ୍ଦ ର ଯୁବକ

Total Views : 89
Zoom In Zoom Out Read Later Print

ରଷିଆରେ ଡ୍ରୋନ ଆକ୍ରମଣରେ ଚିକିଟିର ଯୁବକ ମୃତ

ଚିକିଟି(କୁରେଷୁ ସାହୁ ): ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ପୋଲିସ ଜିଲ୍ଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ଅଞ୍ଚଳର ମାଧବନ୍ଧ ଗ୍ରାମର ଜଣେ ଯୁବକ ରଷିଆରେ କାର୍ଯ୍ୟରତ ଥିବାବେଳେ ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଥିବା ଖବର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ମୃତ ଯୁବକ ହେଲେ ଏ. ରାମାୟା, ପିତା- ଏ. ଲିମା। ସୂଚନା ଅନୁଯାୟୀ, ରାମାୟା ସୁରଳ ନିକଟ ହରିପୁର ଛକରେ ଥିବା “ମାଇକନ ଏଜେନ୍ସି” ମାଧ୍ୟମରେ ରଷିଆକୁ ଗତ ମାସରେ କାମ କରିବାକୁ ଯାଇଥିଲେ। ସେଠାରେ ସେ ପ୍ରାୟ ଏକମାସ ଧରି ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ ଶନିବାର ରାତିରେ ସେ କାମ କରୁଥିବା ସମୟରେ କମ୍ପାନୀ ଉପରେ ଏକ ଡ୍ରୋନ ଆକ୍ରମଣ ହୋଇଥିବା ବେଳେ ସେଠାରେ କାମ କରୁଥିବା ସାତରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସେଥିରେ ରାମାୟାଙ୍କ ମୃତ୍ୟୁ ଘଟିଥିବା ଖବର ସେଠାରେ କାମ କରୁଥିବା ପିତାତଳି ଗ୍ରାମର ଜଣେ ବନ୍ଧୁ ପରିବାରକୁ ଜଣାଇଥିଲେ। ଘଟଣା ପରେ କମ୍ପାନୀ ପକ୍ଷରୁ କିମ୍ବା ଯେଉଁ ଏଜେନ୍ସି ମାଧ୍ୟମରେ ଯୁବକଙ୍କୁ ପଠାଯାଇଥିଲା, ସେହି ଏଜେନ୍ସି ପକ୍ଷରୁ ପରିବାରବର୍ଗଙ୍କୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି। ଏହି ଖବର ପାଇ ପରିବାରଲୋକ ଏଜେନ୍ସି କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ସଠିକ ଉତ୍ତର ପାଇପାରିନଥିଲେ। ପରେ ସେମାନେ ପରିବହନ ମନ୍ତ୍ରୀଙ୍କ ବାସଭବନକୁ ଯାଇ ସମସ୍ୟା ଜଣାଇଥିବା ବେଳେ, ସେଠାରୁ ଏଜେନ୍ସି ବିରୋଧରେ ଅଭିଯୋଗ କରିବା ପାଇଁ ଗୋଳନ୍ଥରା ଥାନାକୁ ଯାଇଥିବା ଜଣାପଡ଼ିଛି। ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଭାଙ୍ଗିପଡ଼ିଥିବା ବେଳେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ଯୁବକଙ୍କ ମରଶରୀରକୁ ଶୀଘ୍ର ଗ୍ରାମକୁ ଫେରାଇ ଆଣିବା ସହ ପରିବାରକୁ ସରକାରୀ ସହାୟତା ଓ ଅନୁକମ୍ପା ଯୋଗାଇଦେବା ପାଇଁ  ଆଜି ଗ୍ରାମବାସୀ ଓ ପରିବାର ବର୍ଗ ଚିକିଟୀ ବ୍ଲକ ଅଫିସ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଯୁଗ୍ମ ଶୁଣାଣି ଶିବିରରେ  ଦାବିପତ୍ର ପ୍ରଦାନ କରିଥିଲେ। ଦୂତାବାସଙ୍କ ସହ କେନ୍ଦ୍ରୀୟ ସ୍ତରରେ ଯୋଗାଯୋଗ ହୋଇଛି ଏବଂ ତୁରନ୍ତ ମୃତଦେହ ଅଣାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

See More

Latest Photos