ଚିକିଟି ପେଣ୍ଠ ସ୍ଥିତ ମା ' ବାଳ କୁମାରୀ ଇନଷ୍ଟିଚୟୁଟରେ ବିଜ୍ଞାନ ବିଷୟରେ ପଢୁଥିବା ଛାତ୍ର ଛାତ୍ରୀ ମାନେ ଶତପ୍ରତିଶତ ସଫଳତା
ଯୁକ୍ତଦୁଇ ବିଜ୍ଞାନରେଏମ୍.ବି.ଆଇ.ଟି ପାଇଁ ଗୌରବ ଆଣିଲେ ରେଶ୍ମାରାଣୀ
ଯୁକ୍ତଦୁଇ ବିଜ୍ଞାନରେଏମ୍.ବି.ଆଇ.ଟି ପାଇଁ ଗୌରବ ଆଣିଲେ ରେଶ୍ମାରାଣୀ
----------------------------------
ଚିକିଟି । ଚଳିତବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳା ବିଷୟ ବାର୍ଷିକ ଫଳ ବୁଧବାର ପ୍ରକାଶ ପାଇଛି। ସମଗ୍ର ରାଜ୍ୟରେ ବିଜ୍ଞାନ ରେ ଶତକଡା ୮୮ ଭାଗ ରହିଥିବାବେଳେ ଚିକିଟି ପେଣ୍ଠ ସ୍ଥିତ ମା ' ବାଳ କୁମାରୀ ଇନଷ୍ଟିଚୟୁଟରେ ବିଜ୍ଞାନ ବିଷୟରେ ପଢୁଥିବା ଛାତ୍ର ଛାତ୍ରୀ ମାନେ ଶତପ୍ରତିଶତ ସଫଳତା ହାସଲ କରି ଅନୁଷ୍ଠାନ ତଥା ଚିକିଟି ମହାବିଦ୍ୟାଳୟ ପାଇଁ ଗୌରବ ଆଣିପାରିଛନ୍ତି । ୨୮ ଜଣ ବିଦ୍ୟାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷାନୁଷ୍ଠାନ ର ସୁନାମକୁ ବଜାୟ ରଖିବାରେ ସକ୍ଷମ ହୋଇ ପାରିଛନ୍ତି ।ରେଶ୍ମାରାଣୀ ବେହେରା ସର୍ବମୋଟ ୫୪୯ ନମ୍ବର ରଖି ଚିକିଟି ମହାବିଦ୍ୟାଳୟ ର ଟପ୍ପର ହୋଇଥିବା ସ୍ଥଳେ ସୁଦୀପ୍ତ ସାହୁ ୫୪୭ ଶୁଭମ୍ ସାହୁ ୫୪୨ନମ୍ବର ରଖି ମହାବିଦ୍ୟାଳୟର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି ।ଏହି ସଫଳତା ପାଇଁ ପିତାମାତାଙ୍କ ଆଶୀର୍ବାଦ, ଅଧ୍ୟାପକ ଅଧ୍ୟାପକ ମାନଙ୍କ ଶିକ୍ଷାଦାନ, ଓ ନିଜର ପରିଶ୍ରମ ଦ୍ୱାରା ଏହା ସମ୍ଭବ ହୋଇପାରିଛି ବୋଲି କୃତି ଛାତ୍ର ଛାତ୍ରୀମାନେ ପ୍ରକାଶ କରିଛନ୍ତି । ଏମ୍. ବି.ଆଇ.ଟି ର ନିର୍ଦ୍ଦେଶକ ବାବୁ ପଟ୍ଟନାୟକ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
English