ପୀଡିତ ପରିବାରଙ୍କ ପାଖରେ ପହଞ୍ଚିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ରବୀନ୍ଦ୍ରନାଥ ଦ୍ୟାନସାମନ୍ତରା

Total Views : 155
Zoom In Zoom Out Read Later Print

ଦୁଃଖଦ ଘଟଣାରେ ପ୍ରାଣ ହାରାଇଥିବା ପରିବାରମାନଙ୍କୁ ଭେଟି ସମବେଦନା ଜଣାଇଛନ୍ତି ରବୀନ୍ଦ୍ରନାଥ ଦ୍ୟାନସାମନ୍ତରା

ଦୁଃଖଦ ସମୟରେ ପୀଡିତ ପରିବାରଙ୍କ ପାଖରେ ପହଞ୍ଚିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ରବୀନ୍ଦ୍ରନାଥ ଦ୍ୟାନସାମନ୍ତରା
ଚିକିଟୀ(ଗଞ୍ଜାମ)-: ଚିକିଟୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଓ ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ରବୀନ୍ଦ୍ରନାଥ ଦ୍ୟାନସାମନ୍ତରା ବିଭିନ୍ନ ଦୁଃଖଦ ଘଟଣାରେ ପ୍ରାଣ ହାରାଇଥିବା ପରିବାରମାନଙ୍କୁ ଭେଟି ସମବେଦନା ଜଣାଇଛନ୍ତି।ରୁଷରେ ଡ୍ରୋନ ଆକ୍ରମଣରେ ମୃତ୍ୟୁ ହୋଇଥିବା ମାଧବନ୍ଧ ଗ୍ରାମର ଏ. ରାମେୟାଙ୍କ ପରିବାରକୁ ସେ ଭେଟିଥିଲେ। ସେହିପରି ରମ୍ପା ଗ୍ରାମର ମୃତ ଏ. ଲାମେୟଙ୍କ ପରିବାର ଓ ଏରେଣ୍ଡ୍ରା ଗ୍ରାମରେ ଅଟୋ ଦୁର୍ଘଟଣାରେ ପ୍ରାଣ ହାରାଇଥିବା ବ୍ୟକ୍ତିଙ୍କ ପରିବାରକୁ ମଧ୍ୟ ସାକ୍ଷାତ କରିଥିଲେ। ଶୋକାକୁଳ ପରିବାରଙ୍କ ସହ ମିଶି ସେ ଗଭୀର ଦୁଃଖ ପ୍ରକାଶ କରିଥିଲେ ଓ ମୃତ ଆତ୍ମାଙ୍କ ସଦଗତି କାମନା କରିଥିଲେ। ଏହି କଠିନ ସମୟରେ ପରିବାରମାନଙ୍କୁ ସାହସ ଓ ଧୈର୍ୟ ରଖିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ତାଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଥିବା ସହ ଧନ୍ୟବାଦ ଜଣାଇଥିଲେ

See More

Latest Photos