ଜିଲ୍ଲାର ଆଇନ ଶୃଙ୍ଖଳା ଭୁଷୁଡି ପଡିଛି - ସିପିଏମ

Total Views : 9
Zoom In Zoom Out Read Later Print

ଅତିଶୀଘ୍ର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଦାବି

ଜିଲ୍ଲାର ଆଇନ ଶୃଙ୍ଖଳା ଭୁଷୁଡି ପଡିଛି - ସିପିଏମ
------------------------------------
ବ୍ରହ୍ମପୁର - ଗତ ଏକ ସପ୍ତାହ ମଧ୍ୟରେ 3 ଟି ଅତି ଭୟଙ୍କର ଅପରାଧିକ ଘଟଣା  ଜିଲ୍ଲାବାସୀଙ୍କ ଭିତରେ ଆତଙ୍କ ସୃଷ୍ଟି କରିଛି। ଜିଲ୍ଲାର ପ୍ରତ୍ୟେକ ସଧାରଣ ଲୋକ ସମ୍ପୂର୍ଣ୍ଣ ଅସୁରକ୍ଷିତ ମନେ କରୁଛନ୍ତି। ଆଇନ ଶୃଙ୍ଖଳା ପୋଲିସ ପରିବର୍ତେ ଅସାମାଜିକ ବ୍ୟକ୍ତି ମାନେ  ନିୟନ୍ତ୍ରଣ କରୁଥିବା ଆଶଙ୍କା ସୃଷ୍ଟି ହୋଇଛି। କାରଣ ପୋଲିସର ଇନକାଉଣ୍ଟରକୁ ମଧ୍ୟ ଗୁଣ୍ଡା ମାନେ ଭ୍ରୁକ୍ଷେପ କରୁନାହାନ୍ତି। ସିପିଏମ ଏଥିରେ ଉଦବେଗ ପ୍ରକାଶ କରିବା ସହିତ ଅତିଶୀଘ୍ର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଦାବି କରାଯାଇଛି।
ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟରେ ଅପରାଧ ସଂଖ୍ୟା ସାଙ୍ଘାତିକ ଭାବରେ ବୃଦ୍ଧି ପାଇ ଚାଲିଛି।ଅପରାଧୀ ମାନେ ଶାସକ ଦଳର ବାହୁ ଛାୟାତଳେ ରହି ନିର୍ବିଘ୍ନରେ ଅପରାଧ ଘଟାଉଛନ୍ତି। ଏପରିକି ଅପରାଧୀମାନେ ଅପରାଧ ଘଟାଇବାପରେ ଖୋଲା ଖୋଲି ମନ୍ତ୍ରୀ ଓ ବିଧାୟକଙ୍କ ନାମ ନେଉଛନ୍ତି। ଅନ୍ୟପଟେ ପୋଲିସ ମଧ୍ୟ ନିଷ୍କ୍ରିୟ ରହୁଛି। ତେଣୁ ପୋଲିସ କାର୍ଯ୍ୟରେ ଶାସକ ଦଳର ହସ୍ତକ୍ଷେପ ରହୁଥିବା ସ୍ୱଷ୍ଟ ସଂକେତ ମିଳୁଛି।ଫଳରେ ଅସାମାଜିକ ଗୁଣ୍ଡା ମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇବାକୁ ସାହସ ପାଉଛନ୍ତି।ସାଧାରଣ ଲୋକଙ୍କର ପୋଲିସ ଓ ପ୍ରଶାସନ ଉପରୁ ଭରସା ତୁଟି ଯାଉଛି।ଜିଲାସାରା ଏକ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି। ଜିଲାର ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ବ୍ୟବସାୟ ଉପରେ ଏହାର ସାଙ୍ଘାତିକ କୁପ୍ରଭାବ ପଡୁଛି। ତେଣୁ ଜିଲ୍ଲାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅତିଶୀଘ୍ର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ସହ ସାଧାରଣ ଲୋକ ମାନଙ୍କ ସୁରକ୍ଷା ପାଇଁ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାର୍ଟି ପକ୍ଷରୁ ଦାବୀ କରାଯାଇଛି। ନଚେତ ଅଗାମିଦିନରେ ପାର୍ଟି ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି।

See More

Latest Photos