ଚଳିତ ବର୍ଷରୁ ଓଡ଼ିଆରେ ପଢା ହେବ +୨ ବିଜ୍ଞାନ

Total Views : 6
Zoom In Zoom Out Read Later Print

ଚଳିତ ବର୍ଷରୁ ଓଡ଼ିଆରେ ପଢା ହେବ +୨ ବିଜ୍ଞାନ

ଚଳିତ ବର୍ଷରୁ ଓଡ଼ିଆରେ ପଢା ହେବ +୨ ବିଜ୍ଞାନ

ଚଳିତ ବର୍ଷରୁ ଓଡ଼ିଆରେ ପଢା ହେବ +୨ ବିଜ୍ଞାନ

ଫୁଲବାଣୀ,:  ଓଡ଼ିଆ ଅଧୟନ ଓ ଗବେଷଣା ସଂସ୍ଥାଦ୍ବାରାଫୁଲବାଣୀ କନ୍ଧମାଳ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପ୍ରେସକ୍ଳବ ଠାରେ  ଚଳିତ ବର୍ଷ ଠାରୁ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଯେଉଁମାନେ ନାମ ଲେଖାଇବେ ସେମାନେ ଓଡ଼ିଆ ଭାଷାରେ ସମସ୍ତ ବିଷୟ ଦେଇପାରିବେ ବୋଲି କନ୍ଧମାଳ ଜିଲା ପ୍ରମୁଖ ଅଶୋକ ପରିଡାଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା l ଏ ନେଇ ସମ୍ମିଳନୀ ରେ କୁହାଯାଇଛି ଯେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ଠରି କ୍ରମେ ଓଡ଼ିଆ ଅଧୟନ ଓ ଗବେଷଣା ସଂସ୍ଥାଦ୍ବାରା ପ୍ରସ୍ତୁତ +୨ ବା ଏକାଦଶ ଓ ଦ୍ବାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀ ମାନଙ୍କଠାରେ ବିଜ୍ଞାନ ପଢିବାପାଇଁ ଉତ୍ସାହ ସୃଷ୍ଟି କରିଛି। ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ସାତଶହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଓଡିଆରେ ରଚିତ ବିଜ୍ଞାନ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବା ସହିତ ଅଧ୍ଯକ୍ଷ ଓ ବିଜ୍ଞାନ ଶିକ୍ଷକମାନଙ୍କ ନିମନ୍ତେ ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି I ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଗବେଷକ ଓ ବରିଷ୍ଠ ଅଧିକାରୀମାନେ ପ୍ରତି ଜିଲ୍ଲାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଓଡ଼ିଆ ଭାଷାରେ ବିଜ୍ଞାନ ଶିକ୍ଷାର ଉପାଦେୟତା ଓ ଆବଶ୍ୟକତା ସଂପର୍କରେ ତଥ୍ୟ ଓ ଡକ୍ଟ ଉପସ୍ଥାପନା କରିଥିଲେ। ବିଶେଷକରି ଗ୍ରାମାଞ୍ଚଳର ମେଧାବୀ ଗରିବ ଛାତ୍ରଛାତ୍ରୀ ଏହାହାରା ଉପକୃତ ହେବା ସହିତ ସେମାନଙ୍କର ଡାକ୍ତର, ଇଂଜିନିୟର ହେବାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ସେମାନେ ଅନୁଭବ କରିପାରୁଛନ୍ତି। ଓଡିଆରେ +୨ ବିଜ୍ଞାନ ଶିକ୍ଷାକୁ ଅଧ‌ିକ କାର୍ଯ୍ୟକାରୀ କରିବାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ ବିଭାଗୀୟ ସଚିବ, ଅଧିକାରୀ ସମେତ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ତେଣୁ ୨୬ ତାରିଖଠାରୁ ସାମସ୍ ପୋର୍ଟାଲରେ ଆରମ୍ଭ ହୋଇଥିବା ନାମ ଲେଖା ଫର୍ମ ପୂରଣ ବେଳେ ଛାତ୍ରଛାତ୍ରୀଗଣ ବିଜ୍ଞାନ ବିଷୟକୁ ପ୍ରଥମ ପସନ୍ଦ ଭାବରେ ଗ୍ରହଣ କରିବାକୁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ଡକ୍ଟର ସୁବ୍ରତ ପୃଷ୍ଟି ଆହ୍ୱାନ ଦେଇଛନ୍ତି।
କନ୍ଧମାଳ ଜିଲ୍ଲାପ୍ରମୁଖ ଓଡିଆସାଥୀ ଅଶୋକ ପରିକା ଓଡ଼ିଆରେ ବିଜ୍ଞାନ ଶିକ୍ଷାର ପ୍ରଚାରପ୍ରସାରପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ଦେଇ କହିଥିଲେ ଯେ, ଦଶମ ପାଶ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟିପାଇଁ ସାରା ରାଜ୍ୟରେ ଓଡିଆସାଥୀମାନେ କାର୍ଯ୍ୟ କରୁଛନ୍ତି । +୨ ବିଜ୍ଞାନ ପଢିଲେ ସବୁ ପ୍ରକାରର ନିଗୁଢ଼ି ପରୀକ୍ଷା ସହଜରେ ସଫଳ ହୋଇପାରିବେ । ଓଡିଆରେ ନିଟ୍ ଓ ଜେଇଲ ପରୀକ୍ଷା ପ୍ରଶ୍ନପତ୍ର ଆସୁଥିବାରୁ ଓଡିଆରେ +୨ ବିଜ୍ଞାନ ପଢୁଥିବା ପିଲା ନିଜ ଭାଷାରେ ବିଜ୍ଞାନପାଠ ବୁଝି ବିନା କୋଲିଂରେ ସହଜରେ ଡାକ୍ତର ଓ ଇଂଜିନିୟର ହୋଇପାରିବେ। ଫଳରେ କନ୍ଧମାଳ ଭଳି ଅନୁନ୍ନତ ଜିଲ୍ଲାର ଗରିବ ପରିବାର ଉପରୁ ଆର୍ଥିକ ବୋଝ କମିଯିବ । ପ୍ରତିବର୍ଷ ଜିଲ୍ଲାରୁ ବହୁ ପିଲା ଓଡିଆ ମାଧ୍ୟମରେ ଦଶମ ପଢୁଥିଲେ ବି ଇଂଲିଶ ଭାଷାକୁ ଭୟ କରି +୨ ଶ୍ରେଣୀରେ ବିଜ୍ଞାନ ବିଷୟକୁ ପ୍ରଥମ ପସନ୍ଦ କରୁ ନାହାଁନ୍ତି । ଏହି ଭୟକୁ ଦୂର କରିବାପାଇଁ ଓଡିଆରେ +୨ ବିଜ୍ଞାନ ବହି ପ୍ରସ୍ତୁତ କରାଯାଇଛି । ଏକ ସର୍ବେକ୍ଷଣରୁ ଜଣାଯାଇଛି ଓଡ଼ିଆରେ ବିଜ୍ଞାନ ବୁଝିବା, ପଢ଼ିବା ଓ ଉତ୍ତର ଲେଖିବା ସହଜ ହେଉଥିବାରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ବିଜ୍ଞାନ ପଢିବାପାଇଁ ଉତ୍ସାହିତ ଅଛନ୍ତି। ଓଡିଆ ମାଧମ ଶିକ୍ଷାକୁ ଅଧ‌ିକ କ୍ରିୟାଶୀଳ କରିବାପାଇଁ ଓଡ଼ିଆ ଅଧୟନ ଓ ଗବେଷଣା ସଂସ୍ଥା +୨ ବିଜ୍ଞାନ ପୁସ୍ତକ, ଇଂଜିନିୟରି ପାଠ୍ୟପୁସ୍ତକ, ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧିତ ପୁସ୍ତକ ଓଡିଆରେ ପ୍ରସ୍ତୁତ କରିବା ସହିତ ପିଲାମାନଙ୍କ ସହଜରେ ବିଷୟ ବୁଝିବାପାଇଁ ଅନଲାଇନ ଶିକ୍ଷାଦାନ ଓ ବିଷୟ ଜିଜ୍ଞାସା ଆପ୍ ପ୍ରସ୍ତୁତ କରି ବିନା ମୂଲ୍ୟରେ ବିତରଣ କରିବା ଲକ୍ଷ୍ୟ ରହିଛି। ଏହି ପରିପ୍ରେକ୍ଷୀରେ ଓଡିଆ ମାଧ୍ୟମରେ ଦଶମ ପରୀକ୍ଷାର ସମସ୍ତ ସଫଳ ଛାତ୍ରଛାତ୍ରୀ +୨ ବା ଏକାଦଶ ଶ୍ରେଣୀ ନାମ ଲେଖାବେଳେ ବିଜ୍ଞାନ ବିଷୟକୁ ପ୍ରଥମ ପସନ୍ଦ ଭାବରେ ଆବଦେନ କରିବା ଆବଶ୍ୟକ । ଏଥି ନିମନ୍ତେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକଗଣ, ଅଧ୍ୟାପକ ଓ ଅଧ୍ୟାପିକାଗଣ ଏଥିପାଇଁ ସଚେତନତା ସୃଷ୍ଟି ନିମନ୍ତେ ସହଯୋଗ କରିବାପାଇଁ ଓଡ଼ିଆ ଅଧୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ନିବେଦନ କରାଯାଇଛି।
ଚଳିତ ନାମ ଲେଖା ସମୟରେ ଯୁକ୍ତ ଦୁଇ ବିଜ୍ଞାନ  ଓଡ଼ିଆ ଭାଷାରେ ପଢିବାକୁ ପ୍ରଥମ ପସନ୍ଦ ଭାବେ ସାମସ ପୋର୍ଟାଲରେ  ଆବେଦନ କରି ଭବିଷ୍ୟତ ଗଢିବାକୁ  କନ୍ଧମାଳ ଜିଲା ପ୍ରମୁଖ ଅଶୋକ ପରିଡା ଆହ୍ୱାନ ଦେଇଛନ୍ତି।ଜିଲା ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ସଭାପତି ନବ କିଶୋର ରଥ ଓ ସଂମ୍ପାଦକ ବଂଶୀଧର ପଣ୍ଡା ପ୍ରମୁଖ ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ  ପାଠ ପ୍ରଚଳନର  ଗୁରୁତ୍ୱକୁ ସ୍ଵାଗତ କରିଥିଲେ। ଏହି ସମ୍ମିଳନୀ ରେ ଜିଲ୍ଲାର ବହୁ ବରିଷ୍ଠ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ 

See More

Latest Photos