ଜିଲ୍ଲାର ସାମ୍ବାଦିକ ମାନେ ଉପସ୍ଥିତ ରହି ଜିଲ୍ଲାର ମୁଖ୍ୟ ସମସ୍ୟା ଉପରେ ଆଲୋଚନା
ନୂତନ ଏସପିଙ୍କ ଦାୟିତ୍ୱ ଗ୍ରହଣ ପରେ ସାମ୍ବାଦିକଙ୍କ ସହ ସାକ୍ଷାତକାର
ନୂତନ ଏସପିଙ୍କ ଦାୟିତ୍ୱ ଗ୍ରହଣ ପରେ ସାମ୍ବାଦିକଙ୍କ ସହ ସାକ୍ଷାତକାର
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ରମେନ୍ଦ୍ର ପ୍ରସାଦଙ୍କ ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ସାମ୍ବାଦିକ ମାନଙ୍କ ସହ ଏକ ସୌଜନ୍ୟ ମୂଳକ ସାକ୍ଷାତ କାର ଜିଲ୍ଲା ପୋଲିସ କାର୍ଯ୍ୟଳୟ ଠାରେ କରିଥିଲେ l ଏହି ସାକ୍ଷାତକାରରେ ଜିଲ୍ଲାର ସାମ୍ବାଦିକ ମାନେ ଉପସ୍ଥିତ ରହି ଜିଲ୍ଲାର ମୁଖ୍ୟ ସମସ୍ୟା ଉପରେ ଆଲୋଚନା କରିଥିଲେ। ଜିଲ୍ଲାର ବିଭିନ୍ନ ସମସ୍ୟା ଯଥା ଅସାମାଜିକ ବ୍ୟକ୍ତିଙ୍କୁ ସୁଧାରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନେବା ପାଇଁ ନୂତନ ଉପାୟ ସମ୍ବନ୍ଧରେ ପଚାରି ବୁଝିଥିଲେ l କନ୍ଧମାଳ ଜିଲ୍ଲାର ମାଓବାଦୀ ସମସ୍ୟା, ଗଞ୍ଜେଇ ମାଫିଆ,ଗଂଜେଇ ଚୋରା ଚାଲାଣ,ଟ୍ରାଫିକ ସମସ୍ୟା, ରୋଡ ରୋମିଓ,ଡ୍ରଗ୍ସ ସେବନ,ବିକ୍ରି,ବସ ଷ୍ଟାଣ୍ଡ ରେ ପୋଲିସ ଫାଣ୍ଡି ଖୋଲିବା,ଦ୍ରୁତ ଚାଳକ ପାଇଁ କୋଠର ଆଇନ, କିଛି ସାମ୍ବାଦିକ,ପୋଲିସ ଗଂଜେଇ ବେପାର ରେ ସମ୍ପୃକ୍ତ ଥିବା,ଗଂଜେଇ ମାଫିଆ, ବାଇକ, ମୋବାଇଲ ଚୋର, ମଦ ଦୋକାନ ଆଗରେ ମଦ ସେବନ କରୁଥିବା ମଦୁଆ ଓ ଦୋକାନ ମାଲିକ ପ୍ରତି କୋଠର ଦଣ୍ଡ ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କହିଥିଲେ l ଏଥି ପାଇଁ ଆପଣ ମାନଙ୍କ ସହଯୋଗ ଏବଂ ସର୍ବ ସାଧାରଣଙ୍କ ସହଯୋଗ କାମନା କରିଥିଲେ l ଯେମିତି ନିଶା ମୁକ୍ତ, ଅପରାଧୀ ମୁକ୍ତ,ଅବାଧ ବାଙ୍ଗାଳାଦେଶୀ ଵ୍ୟକ୍ତି ଜିଲ୍ଲାର ମୁକ୍ତ ହେବା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।ଶେଷରେ ସମସ୍ତ ଜିଲ୍ଲା ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଦେଇଥିଲେ।
English