ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ,ଭୁବନେଶ୍ୱର, ଜିଲ୍ଲା ପ୍ରଶାସନ, ସଂସ୍କାର ଭାରତୀ,ଓଡ଼ିଶା ପ୍ରଦେଶ ଏବଂ ଓଡ଼ିଶା ନାଟକ ସମାରୋହ ସମିତି,ବ୍ରହ୍ମପୁରର ମିଳିତ ସହଯୋଗରେ ଲୋକନାଟକ ମହୋତ୍ସବ "ଲୋକରଞ୍ଜନୀ"
ଓଡ଼ିଶା ସରକାରଙ୍କ ତରଫରୁ ୧୮ ତାରିଖ ରୁ ୨୦ ତାରିଖ ୩ ଦିନ ବ୍ୟାପି ଲୋକନାଟକ ମହୋତ୍ସବ
ବ୍ରହ୍ମପୁର ୧୬/୦୮ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ,ଭୁବନେଶ୍ୱର, ଜିଲ୍ଲା ପ୍ରଶାସନ, ସଂସ୍କାର ଭାରତୀ,ଓଡ଼ିଶା ପ୍ରଦେଶ ଏବଂ ଓଡ଼ିଶା ନାଟକ ସମାରୋହ ସମିତି,ବ୍ରହ୍ମପୁରର ମିଳିତ ସହଯୋଗରେ ଲୋକନାଟକ ମହୋତ୍ସବ "ଲୋକରଞ୍ଜନୀ" ଓଡ଼ିଶା ସରକାରଙ୍କ ତରଫରୁ ଅଗଷ୍ଟ ୧୮ ତାରିଖ ରୁ ୨୦ ତାରିଖ ୩ ଦିନ ବ୍ୟାପି ସ୍ଥାନୀୟ " ବିଜୁ ପଟ୍ଟନାୟକ ସଂସ୍କୃତି ଭବନ" ,ବ୍ରହ୍ମପୁର ଠାରେ ଆୟୋଜିତ ହେବ । ଏଥିନେଇ ରବିବାର ଇଞ୍ଜିନିୟରିଙ୍ଗ ସ୍କୁଲ ରୋଡ ସ୍ଥିତ ରାଜସ୍ୱ ବଙ୍ଗଳା ସମ୍ମିଳନୀ କକ୍ଷରେ ଏକାଡ଼େମୀ ତରଫରୁ ସଂସ୍କାର ଭାରତୀ ଓ ଓଡ଼ିଶା ନାଟକ ସମାରୋହ ସମିତି,ବ୍ରହ୍ମପୁର ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା ।ଏହି ଲୋକ ନାଟକ ଉତ୍ସଵ କିପରି ସଫଳତା ସହ ପରିବେଷଣ କରାଯିବ ସେ ସଂକ୍ରାନ୍ତରେ ସଭାପତି ଅନିଲ କୁମାର ପାତ୍ର ସୂଚନା ଦେଇଥିଲେ । ସାଧାରଣ ସଂପାଦକ ନାରାୟଣ ମହାକୁଡ, ସମ୍ପାଦକ ତଥା ଗଞାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ର କାର୍ଯ୍ୟକାରି ସଭାପତି ଦୁର୍ଗା ପ୍ରସାଦ ଆଚାରୀ, ସଂସ୍କାର ଭାରତୀ ର ଅଜିତ୍ କୁମାର ମୁନୀ ,ଆବାହକ ଭବାନୀ ଶଙ୍କର ମିଶ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ରହି ନାଟକ ମହୋତ୍ସବ କିପରି ସୁଚାରୁରୂପେ ପରିଚାଳିତ ହେବ ସେଥିନେଇ ଆଲୋକପାତ କରିଥିଲେ ।। ବୈଠକରେ କୈଳାଶ ପାଣିଗ୍ରାହୀ, ଆରତୀ ପାତ୍ର, ସରୋଜ ପଣ୍ଡା, ଅଭିରାମ ରାଉଳ, କାର୍ତ୍ତିକ ପାଣିଗ୍ରାହୀ , ବଳଦେବ ସାହୁ, ଙ୍କ ସମେତ ବହୁ କଳାପ୍ରେମୀ ଏଠାରେ ଉପସ୍ଥିତ ଥିଲେ । ୧୮ ତାରିଖ ପ୍ରଥମ ଦିବସରେ ଗୋକୁଳାନନ୍ଦ ପ୍ରଧାନ ଓ ସେଥି ,ଗଞ୍ଜମଙ୍କ ଦ୍ୱାରା ପ୍ରହ୍ଲାଦ ନାଟକ, ପ୍ରଶାନ୍ତ ପ୍ରଧାନ ଓ ସାଥୀ ଙ୍କ ଦ୍ଵାରା କୃଷ୍ଣ ଲୀଳା, ନବରଙ୍ଗପୁର ସାଇମନ ବିଡିକା ଓ ସାଥୀଙ୍କ ଦ୍ବାରା ଦେଶିଆ ନାଟକ ପରିବେଷଣ ହେବ ।ଦ୍ୱିତୀୟ ଦିବସ ୧୯ ତାରିଖରେ ବୌଦ୍ଧ ର ଶ୍ରୀ ରାମଲୀଳା ନାଟ୍ୟ ସଂସଦ ତରଫରୁ ରାମଲୀଳା, ଛତ୍ରପୁର ମା ସନ୍ତୋଷୀ ଲୋକ ନାଟ୍ୟ ସଂସଦ ତରଫରୁ ରାଧା ପ୍ରେମ ଲୀଳା, ଭଦ୍ରକ ସଙ୍କେତ କଲ୍ଚରାଲ ଆସୋସିଏସନ୍ ତରଫରୁ ମୋଗଲ ତାମସା, ଏବଂ ଅନ୍ତିମ ଦିବସ ୨୦ ତାରିଖ ସନ୍ଧ୍ୟାରେ ଜଗତସିଂହପୁର ବାଣୀ କ୍ଷେତ୍ର ନାଟ୍ୟ ପରିଷଦ ତରଫରୁ ଗୀତି ନାଟ୍ୟ, ଗଞାମ ଶ୍ରୀ ଶ୍ରୀ ମା ଦେବୀ ନାଟ୍ୟ କଳା ସାଂସଦ ତରଫରୁ ଭାରତ ଲୀଳା ଓ ଗଜପତି ସଙ୍କଟ ତାରିଣୀ ନାଟ୍ୟ କଳା ସଂସଦ ତରଫରୁ ଭୂତକେଳି ପରିବେଶଣ କରାଯିବ ବୋଲି ଏଠାରେ କୁହାଯାଇଥିଲା । ପ୍ରଥମ ଦିବସରେ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୁଷଣ ଜେନା , ଦିଗପହଣ୍ଡି ସାଂସଦ ଡ୍ ସିଦ୍ଧାନ୍ତ ମହାପାତ୍ର, ପଦ୍ମଶ୍ରୀ ସୀମାଞ୍ଚଳ ପାତ୍ର, ଭବାନୀ ଶଙ୍କର ମିଶ୍ର ଅତିଥି ରୂପେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ,ଦ୍ୱିତୀୟ ଦିବସରେ ଅତିଥିରୂପେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଇଞ୍ଜିନିୟର ବିଚିତ୍ରା ନନ୍ଦ ମୁନୀ, ପ୍ରଫେସର ଜଗନ୍ନାଥ ପଣ୍ଡା ଡ଼ା ତିରୁପତି ସାହୁ ଏବଂ ଅନ୍ତିମ ଦିବସରେ ଅତିଥିରୂପେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ୍ ସାମନ୍ତରାୟ, ଡ୍ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଡ୍ ଜୀବାନନ୍ଦ୍ ତ୍ରିପାଠୀ, ସୁଶ୍ରୀ ଅଦିତୀ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେବେ ବୋଲି ସଭାପତି ପାତ୍ର କହିଥିଲେ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଚିବ ଡ଼ ଚନ୍ଦ୍ରଶେଖର ହୋତା ମୁଖ୍ୟ ପରିଚାଳନା ଦାୟିତ୍ବ ନିର୍ବାହ କରୁଛନ୍ତି ବୋଲି ସମିତି ତରଫରୁ କୁହାଯାଇଥିଲା । ଲୋକ ନାଟକ ଉତ୍ସଵ ର ପ୍ରଚାର ପ୍ରସାର ଲାଗି ଏହି ସାମ୍ବାଦିକ ସମ୍ମିଳନୀ ରେ ଗଣମାଧ୍ୟମ ବ୍ୟକ୍ତିତ୍ୱ ଓ ବ୍ରହ୍ମପୁର ବାସୀଙ୍କ ସହଯୋଗ କାମନା କରାଯାଇଥିଲା
18 ତାରିଖ ଅପରାହ୍ନ 3 ଘଣ୍ଟା ସମୟରେ ଗାନ୍ଧି ନଗର ଛକ ଠାରୁ ଏକ ବିରାଟ କଳାକାର ଶୋଭାଯାତ୍ରା ବାହାରି ସଂସ୍କୃତି ଭବନ ଠାରେ ପହଞ୍ଚିବ। ।,ଏହି ଶୋଭାଯାତ୍ରାରେ ସମସ୍ତ କଳା ଓ ସଂସ୍କୃତି ପ୍ରେମୀ ଯୋଗଦେବା ପାଇଁ ଅନୁରୋଧ ,କରାଯାଇଛି,।ଏହାର ଶୁଭାରମ୍ଭ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସଚିବ କରିବେ, । ରାଜ୍ଯ ସରକାର ଙ୍କ ତରଫରୁ ପ୍ରଥମ ଥର ଲାଗି ବ୍ରହ୍ମପୁର ରେ ଏପରି ଲୋକ ନାଟକ ମହୋତ୍ସବ ଆୟୋଜିତ ହେଉଥିବା କୁହା ଯାଇଛି
English